ବୁଗୁଡା ଏନଏସି ରେ ଭଞ୍ଜନଗର ଉପଜିଲ୍ଲାପାଳ

ବୁଗୁଡା, (ଅନିଲ କୁମାର ମହାରଣା):ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସୋମବାର ଦିନ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଗସ୍ତରେ ଆସି କରୋନା ସ୍ଥିତ ସମୀକ୍ଷା କରିବା ସହ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ବୁଗୁଡା ଏନଏସି ଇଓ ରଶ୍ମିରଞ୍ଜନ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏନଏସି ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ପୂର୍ତ୍ତବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଏସିର ସମସ୍ତ କରୋନା ଯୋଦ୍ଧାଙ୍କ ସମେତ ସ୍ୱଚ୍ଛ ସାଥି ବୃନ୍ଦ ଯୋଗ ଦେଇଥିଲେ। ଏଥିରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜଙ୍କ ସମେତ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରମୁଖ ଯୋଗଦେଇ ଥିଲେ। କୋଭିଡ ସ୍ଥିତ ସଂପର୍କରେ କୋଭିଡ ନୋଡାଲ ଅଫିସର ତଥା ବିଡ଼ିଓ ଶ୍ରୀ ପାତ୍ର ସୂଚନା ପ୍ରଦାନ କରିଥିଲେ। ସୋମବାର ସୁଦ୍ଧା ବୁଗୁଡା ଅଞ୍ଚଳରେ ୭୯୦ ଜଣଙ୍କ ସ୍ଲାବ ପରୀକ୍ଷା ହୋଇଥିବା ବେଳେ ୨୨୫ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଛିନ୍ତି। ପଜିଟିଭଙ୍କ ମଧ୍ୟରୁ ୧୪୪ ଜଣ ବିଭିନ୍ନ ପଞ୍ଚାୟତର ହୋଇଥିବା ବେଳେ ୮୧ ଜଣ ବୁବୁଡା ଏନଏସିର ଅଟନ୍ତି। ୧୩୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ବ୍ଲକର ୮୪ ଜଣ ହୋଇଥିବା ବେଳେ ଏନଏସି ର ୫୨ ଜଣ ଅଟନ୍ତି। ବ୍ଲକର ଦୁଇ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସକ୍ରିୟ ପଜିଟିଭ ସଂଖ୍ୟା ୮୭ ଥିବା ବେଳେ ସେଥିରୁ ବ୍ଲକର ୫୮ ଜଣ ଓ ଏନଏସି ରୁ ୨୯ ଜଣ ହୋଇଥିବା ଜଣାପଡିଛି। ଏହିପରି ସ୍ଥିତି ରହିଥିବା ବେଳେ ସମସ୍ତେ ଦୃଢ଼ତାର ସହ କାର୍ଯ୍ୟ କରି ବୁଗୁଡା ଏନଏସି ଓ ବ୍ଲକକୁ କରୋନା ମୁକ୍ତ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ। ପରିଚାଳନାରେ ଏନଏସିର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ