ଗଜପତି ଓ ଗଞ୍ଜାମ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ସାଂସଦଙ୍କ ଚିଠି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବାହାର ରାଜ୍ୟରେ ରହିଥିବା ଗଜପତି ଓ ଗଞ୍ଜାମ ଜିଲ୍ଲାର ପ୍ରବାସୀ ଓଡିଆ ଶ୍ରମିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ ଜଣାଇଛନ୍ତି । ସେ ଏହି ପତ୍ରରେ ଲେଖିଛନ୍ତି,ଗଜପତି ଓ ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ହାଇଦ୍ରାବାଦ,ଚେନ୍ନାଇ,ବେଙ୍ଗାଲୁରୁ,ମୁମ୍ବାଇ ଇତ୍ୟାଦି ସ୍ଥାନରେ ରହିଛନ୍ତି । ଯେଉଁମାନେ କି ସେଠାରେ ଲକ୍‌ଡାଉନ୍ ଯୋଗୁଁ କାମଧନ୍ଦା ନ ପାଇ ଅର୍ଥଭାବରେ ବହୁ ଅସୁବିଧା ଓ ସମସ୍ୟାରେ କଷ୍ଟ ପାଉଛନ୍ତି । ସେମାନଙ୍କ ପକ୍ଷରୁ ବାରମ୍ବାର ସାଂସଦ ଭାବେ ମୋ ନିକଟକୁ ଫୋନ୍ ମାଧ୍ୟମରେ ନିଜ ଭିଟାମାଟିକୁ ଫେରିବାକୁ ବ୍ୟାକୁଳ ନିବେଦନ କରୁଛନ୍ତି । ବର୍ତ୍ତମାନ କେନ୍ଦ୍ର ରେଳ ବିଭାଗ ପକ୍ଷରୁ ବିଭିନ୍ନ ରାଜ୍ୟର ପ୍ରବାସୀଙ୍କ ପାଇଁ କିଛି ଯାତ୍ରୀବାହୀ ଟ୍ରେନ ଦେଶର ବିଭିନ୍ନ ସ୍ଥାନକୁ ଚଳାଚଳ ଆରମ୍ଭ କରିଛି । ଗଜପତି ଓ ଗଞ୍ଜାମର ପ୍ରବାସୀ ଏହି ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କିଛି ରେଳର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟକୁ ମୁଖ୍ୟମନ୍ତ୍ରୀ ଭାବେ ଅନୁରୋଧ ପତ୍ର ଲେଖନ୍ତୁ ବୋଲି ବ୍ରହ୍ମପୁର ସାଂସଦ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ପତ୍ର ଦ୍ୱାରା ନିବେଦନ କରଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ