ଗଜପତି କଂଗ୍ରେସ ନେତାଙ୍କ ବିବାଦୀୟ ନେରେଡି ବ୍ୟାରେଜ୍ ଅଞ୍ଚଳ ପରିଦର୍ଶନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ତାରିଣୀ ପ୍ରସାଦ ପଣ୍ଡା-ଗଜପତି ଜିଲ୍ଲାର ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବରିଷ୍ଠ ନେତା ରଶ୍ମୀରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ୨ଶହରୁ ଅଧିକ କଂଗ୍ରେସ କର୍ମୀ ଶନିବାର ଅପରାହ୍ନରେ କାଶୀନଗର ବ୍ଲକ ଅନ୍ତର୍ଗତ ବିବାଦୀୟ ନେରେଡି ଅଞ୍ଚଳ ପରିଦର୍ଶନ କରିଥିଲେ । ବିବାଦୀୟ ନେରେଡି ବ୍ୟାରେଜ ନେଇ ଓଡିଶା ସରକାରଙ୍କ ଅପାରଗତାକୁ ନେଇ ବରିଷ୍ଠ କଂଗ୍ରେସ ନେତା ତୀବ୍ର ସମାଲୋଚନା କରିଥିଲେ । ଶିଆଳିର ପୂର୍ବତନ ସରପଞ୍ଚ ତଥା କାଶୀନଗର ବ୍ଲକର ଜଣାଶୁଣା କଂଗ୍ରେସ ନେତା ରାମ ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏକ ରାଲିରେ ପରିକ୍ତମା କରି କାଶୀନଗର ବ୍ଲକ ଅନ୍ତର୍ଗତ ବିବାଦୀୟ ନେରେଡି ବ୍ୟାରେଜ୍ ଅଞ୍ଚଳ ପର୍ଯ୍ୟନ୍ତ ଯାଇ ସେଠାକାର ଅବସ୍ଥା ଅନୁଧ୍ୟାନ କରିଥିଲେ । ପରେ ନେତା ଓ କର୍ମୀମାନେ ଖାଣ୍ଡବା ପଞ୍ଚାୟତ ଅନ୍ତର୍ଗତ ସାରା ଗ୍ରାମରେ ପହଞ୍ôଚ ସେଠାରେ ଏକ ସାମ୍ବାଦିକମାନଙ୍କୁ ସୁଚନା ଦେଇଥିଲେ ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡିଶାର ବିଜେଡି ସରକାର ଅମଲାତନ୍ତ୍ରକୁ ଅସ୍ତ୍ର ସଜାଇ କାର୍ଯ୍ୟ କରୁଛନ୍ତି । ଓଡିଶାବାସୀଙ୍କ ବାସ୍ତବ ସମସ୍ୟାଠାରୁ ଦୂରରେ ରହି କେବଳ ଭାବମୂର୍ତ୍ତି ଗଢିବା ସହ ଆଇ କିଛି କରୁ ନାହାନ୍ତି । ସରକାରଙ୍କ ଆପାରଗତା ଯୋଗୁଁ ଆନ୍ଧ୍ର, ଓଡିଶା ଦଖଲ କରି ଚାଲିଛି । କୃଷକ ଶ୍ରମିକ ନିର୍ଯ୍ୟାତନାର ସମ୍ମୁଖୀନ ହେଉଛନ୍ତି । ବହୁ କୃଷକ ଆତ୍ମହତ୍ୟା କରିବା ପଛରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ରହିଛି । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସଂଭାବ୍ୟ ଗଜପତି ଗସ୍ତକୁ କଂଗ୍ରେସ ତରଫରୁ ବିରୋଧ କରାଯିବ କି ପ୍ରଶ୍ନର ଉତ୍ତରରେ ନେତାମାନେ କହିଛନ୍ତି ଯେ, ଓଡିଶା ଏକ ଅତିଥି ପରାୟଣ ରାଜ୍ୟ । ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଗଜପତି ଆସୁଥିବାରୁ ତାଙ୍କ ଗସ୍ତକୁ ବିରୋଧ କରାଯିବ ନାହିଁ । ତେବେ ବିଜେଡିର ଜନ-ବିରୋଧୀ କାର୍ଯ୍ୟକଳାପକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଜାରି ରହିବ କଂଗ୍ରେସର ଉଦ୍ୟମ ।