ଗଜପତି-ଗଞ୍ଜାମ ଅବକାରୀ ଓ ପୋଲିସଙ୍କ ଚଢାଉ;ଜଙ୍ଗଲ ମଧ୍ୟରୁ ୪ହଜାର ୭୩୦ ଲିଟର ମହୁଲି ପୋଚ ନଷ୍ଟ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଅବକାରୀ ବିଭାଗ ଏବଂ ଅଡବା ପୋଲିସ ପକ୍ଷରୁ ବେଆଇନ ଚୋରା ଦେଶୀମଦ ଧରପଗଡ ଆରମ୍ଭ ହୋଇଛି । ଏହି କ୍ରମରେ ଅଡବା ଥାନା ପକ୍ଷରୁ ବିରିକୋଟ ଅଞ୍ଚଳରେ ଆଜି ବେଆଇନ ଦେଶୀମଦ କାରାବାର ଧରାପଡିଛି । ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତ ହେଉଥିବା ସ୍ଥାନରେ ଚଢାଉ କରାଯାଇ ୪ହଜାର ୭୩୦ ଲିଟର ମହୁଲ ପୋଚକୁ ଜବତ କରି ନଷ୍ଟ କରାଯାଇଥିବା ବେଳେ ୧୩୦ ଲିଟର ମହୁଲି ଦେଶୀମଦ ଜବତ କରାଯାଇଛି । ଏହା ସହ ଦେଶୀମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ବିଭାଗ ତରଫରୁ ଜବତ କରାଯାଇଛି । ଏନେଇ ଅଡବା ଥାନାରେ ୧୧୩/୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ. ଜନ ଶବରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବାର ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ