ଗଜପତି ଜିଲ୍ଲାରେ ଜଙ୍ଗଲକୁ ସୁରକ୍ଷା ଦେଇ ଚର୍ଚ୍ଚାରେ ଆଦିବାସୀ ଗ୍ରାମ ପୁରୁଣାଡିଅଁ

ମୋହନା,(ଅଂଶୁମାନ ପଣ୍ଡା): ରାଜ୍ୟ ସରକାର ବନବିଭାଗ ଦ୍ୱାରା ବିଭିନ୍ନ ପ୍ରୟାଶ ଜାରି ରଖିଛନ୍ତି ଜଙ୍ଗଲକୁ ସୁରକ୍ଷା ଯୋଗାଇବା ପାଇଁ ହେଲେ କିଛି ଜାଗାରେ ବଡ ବଡ ଫ୍ୟାକ୍ଟ୍ରି, କଳ କାରଖାନା ରାସ୍ତା ନିର୍ମାଣ, କୋଠା ନିର୍ମାଣ ପାଇଁ ବଳି ପଡୁଛି ହଜାର ହଜାର ଗଛ ଯାହାକି ବର୍ତମାନ ରାଜ୍ୟର କୌଣସି ଜିଲ୍ଲାରେ ମଧ୍ୟ ସୁରକ୍ଷିତ ନୁହନ୍ତୁ ଜଙ୍ଗଲ, ଜଙ୍ଗଲର ଜୀବଜନ୍ତୁ । ଆଦିବାସୀମାନଙ୍କ ପରମ୍ପାରିକ ପୂର୍ବ ପୁରୁଷରୁ ରହି ଆସିଅଛି ଜଙ୍ଗଲକାଟି ନିଆଁ ଲଗାଇ ସଫାକରି ବଗଡ କରି ପୋଡୁଚାଷ କରି ଜନା, କାଙ୍ଗୁୁ ଭଳୀ ବିଭିନ୍ନ ଜଙ୍ଗଲୀ ଚାଷ କରି ଆସୁଥିଲେ । ଧିରେ ଧିରେ ଏହାକୁ ଆପଣାଇ ନେଲେ ନିଜର ପରିବାର ଲୋକେ ଯାହା ଦ୍ୱାରା ଜଙ୍ଗଲ ନଷ୍ଟ ହେବା ସହ ବିଭିନ୍ନ ଝଡ ତୋଫାନ ଆସିଲେ ବର୍ଷା ପାଣିରେ ମାଟି ଧୋଇ ହୋଇ ପାହାଡ ଧର୍ସି ଗାଁ ଗଣ୍ଡାରେ ପାଣି ପସିବା ସହ ପାହାଡର ମାଟି ପଥର ଚାପି ହୋଇ ଅନେକ ଧନ ଜୀବନ କ୍ଷୟକ୍ଷତି ହୋଇଛି । ହେଲେ ଏଭଳି ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଆଜକୁ ୩୦ ବର୍ଷ ହେଲା ଅଂଟା ଭିଡିଛନ୍ତି ଆଦିବାସୀ ଓ ଶବର ସମାଜ ଗାଁ ରା.ଉଦୟଗିରି ବ୍ଳକର ଛେଲାଗଡ ପଚାଂୟତର ପୁରୁଣାଡିଅଁ ଗାଁ । ଯେଉଁ ଗାଁରେ କି ବସବାସ କରନ୍ତି ୪୧ ଘର ଏବଂ ୩୦୦ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଏହି ଗ୍ରାମର ଲୋକମାନେ ଏହି ଗ୍ରାମର ମୁଲିଆ, ଖଟିଖିଆ ମଜୁରିଆଭାବେ ଜୀବନ ଜୀବିକା ନିର୍ଭର କରନ୍ତି । ସରର୍ରଙ୍କ ହିସାବରେ ନାମକୁ ମାତ୍ର ଚାଷୀ କିନ୍ତୁ ପ୍ରଚୁର ପରିମାଣରେ ଚାଷ ଜମି ନାହିଁ ଯେଉଁ ଜମି ଗୁଡିକ ଅଛି ପଥରିଆ ରଙ୍ଗାଡିଆ ଅଟେ କିଛି ଫସଲ କଲେ ମଧ୍ୟ ପ୍ରଚୁର ପରିମାଣରେ ଫସଲ ଆଦାୟ ହୁଏ ନାହିଁ । ତେଣୁ ଏଠିକାର ଆଦିବାସୀ ଲୋକମାନେ ପଡୁଚାଷ ଉପରେ ନିର୍ଭର କରି ଆସୁଛନ୍ତି । ଏହି ପଡୁଚାଷ ୧୯୯୦ ରୁ ୯୧ ମସିହା ପର୍ଯ୍ୟନ୍ତ ବାରଗଡିଆ ପର୍ବତରେ ପଡୁ ଚାଷ କରି ଆସୁଥିଲେ । କିନ୍ତୁ ୧୯୯୨ରେ ମହାବାତ୍ୟାରେ ବର୍ଷା ସଭାଭିତ ପବନରେ ପଣସଖାଲ ବାରଗଡିଆ ପର୍ବତରୁ ପଥର ମାଟି ଗଛ ଧର୍ଶି ଗାଁକୁ ପ୍ରବେଶ କରିଥିଲା । ବନ୍ୟା ପରେ ଏହି ପାହାଡ ମାଟି ପଥର ଗଛ ପଡି ଅନେକ ଜମି ନଷ୍ଟ ହୋଇଗଲା । ବାଲିଆମ୍ବର ଜମି ଲୋକମାନଙ୍କର ଜମି ନଷ୍ଟ ହୋଇଗଲା ଯାହା ଫଳରେ ପ୍ରାୟ ୨ଟି ଗ୍ରାମର ୧୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ଜମି ନଷ୍ଟ ହୋଇଯାଇଛି । ବର୍ତମାନ ସୁଦ୍ଧା ସରକାର ତାଙ୍କୁ ଜମି ଖଣ୍ଡେ ମଧ୍ୟ ଯୋଗଇ ପାରି ନାହାନ୍ତି । ହେଲେ ଧିରେ ଧିରେ ଜଙ୍ଗଲ ବିଭାଗର ଆଦେଶମାନି ନିଜରେ ଏକତା ସୃଷ୍ଟି କରି ଏହି ଗ୍ରାମର ୪୧ ପରିବାର ମନରେଗାରେ ସମ୍ପୃକ୍ତ ହୋଇ ନିଜ ୭୦୦ ଶହ ଏକ୍ଟର ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ପଥର ବାଉଣ୍ଡ୍ରି କରି ସୁରକ୍ଷା ଯୋଗାଉଛନ୍ତି । ଏହି ଜଙ୍ଗଲରେ ଆଜକୁ ୩୦ ବର୍ଷ ହୋଇଗଲା ବିଭିନ୍ନ ଜଙ୍ଗଲ ଜାତୀୟ ଔଷଧ ବୃକ୍ଷ, ଜଙ୍ଗଲ ଜୀବଜନ୍ତୁ ବହୁ ପରିମାଣରେ ଶାଳ ପିଆଶାଳ ଭରପୁର ରହିଅଛି । ଏହି ଜଙ୍ଗଲକୁ କୌଣସି ବି ଗୋଟେ ଲୋକଙ୍କୁ ଗଛ କାଟିବା, ନିଆ ଲଗାଇବା ପାଇଁ ପଶିବାକୁ ଦେଉନାହାନ୍ତି ଗ୍ରାମବାସୀ । ଯାହାରି ଫଳରେ ପଣିଶଖାଲ ଠାରୁ ବାରଗଡିଆ ସାତ ଶହ ଏକ୍ଟର ପାହାଡ ନିଳ ସବୁଜ ବର୍ଣ୍ଣରେ ଝଲକୁଛି । ଯାହାକି ଗଜପତି ବନାଚଂଳ, ରାମଗିରି ବନବିଭାଗ ଦ୍ୱାରା ବହୁ ପ୍ରୟାସ ପରେ ଗଜପତି ଜିଲ୍ଲାରେ ପ୍ରଥମ ଦେଖିବାକୁ ମିଳିଛୀ ଆଦିବାସୀ ବହୁଳ ଅଚଂଳରେ ଜଙ୍ଗଲକୁ ନିଜର ପରିବାର ଭାବି ସୁରକ୍ଷିତ ଦେଇ ଆସଅଛନ୍ତି । ଯାହାରି ଫଳରେ ଗତ ସୋମବାର ଦିନ ଜିଲ୍ଲା ବନାଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ଉପ ବନ ସରକ୍ଷଂକ ସୋମ୍ୟ ରଞ୍ଜନ ମହାପାତ୍ର ଦିନିକିଆ ଗସ୍ତ ପାଇଁ ଗ୍ରାମବାସୀ ଡକାଇଥିଲେ । ଏହି ଅନୁରୋଧ ରଖି ଦିନିକିଆ ଗସ୍ତରେ ଆସି ଗାଁର ଜଙ୍ଗଲ ଦେଖି ଏବଂ ଆଦିବାସୀମାନେ ଏଭଳୀ ଜଙ୍ଗଲକୁ ସୁରକ୍ଷିତ ଦେଖି ବହୁତ ଆନନ୍ଦିତ ହୋଇଥିଲେ । ଏହା ଶହ ସରକାରଙ୍କ ତରଫରୁ ଜିଲ୍ଲା ମାଧ୍ୟମରେ ମୋ ଜଙ୍ଗଲ ଜଡିତ ରହି ଜଙ୍ଗଲକୁ ସୁରକ୍ଷିତ ରଖିଥିବାରୁ ସେହି ଗ୍ରାମକୁ ୨୦ ହଜାର ଟଙ୍କା ପୁରସ୍କୃତ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି । ଏହା ସହିତ ଏକ ସଭା ଆୟୋଜନ କରିଥିଲେ ଗ୍ରାମବାସୀ ଯେଉଁ ଥିରେ କି ରା.ଉୟଦଗିରି ବିଡିଓ ପ୍ରଦୀପ ନାୟକ, ତହସିଲଦାର ସ୍ମୁତି ରଞ୍ଜନ ସତପଥି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ଦାଶ, ତ୍ରୀନାଥ ବିଷୋୟୀରତ୍ନ, ସବରସମାଜର ୪ଟି ଜିଲ୍ଲାର ସଭାପତି ଝୁମ୍ପୁରା ରଇତ ସମେତ ଅଚଂଳର ସରପଚଂ, ମେମ୍ବର, ଗ୍ରାମ ମୁଖୀଆ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯର୍୍ୟ କ୍ରମରେ ଖସଡା ବନସୁରକ୍ଷ ପକ୍ଷରୁ ପଥପାନ୍ତକ ନାଟକମାଧ୍ୟମରେ ଜଙ୍ଗଲକୁ ସୁରକ୍ଷା ରଖିବା ନିଆଁ ଲଗାଇବା ନାହିଁ ଗୁଣୀ ଗାରେଡି ଉପରେ ଭରସା ରଖିବା ନାହିଁ, ବାଲ୍ୟ ବିବାହ କରାଇବା ନାହିଁ ଏନେଇ ଉପସ୍ଥିତ ଲୋକମାନଙ୍କୁ ଏକ ବାର୍ତା ପହଚାଂଇଥିଲେ । ଏହା ସହ ଶବର ସମାଜର ସଭାପତି ଶ୍ରୀ ରଇତ କହିଛନ୍ତି ୪ଟି ଜିଲ୍ଲାରେ ଆମେ ପ୍ରୟାଶ ଜାରି ରଖିବୁ ଯେପରିକି ଆମ ଆଦିବାସୀ ଭାଇମାନେ ଗଛ ନକାଟି ପଡୁଚାଷ ବନ୍ଦ କରି ଆମ୍ଭ ପଣୀସ ଭଳୀ ଅନେକ ଗଛ ଲଗାଇ ଜଙ୍ଗଲକୁ ସୁରକ୍ଷା ଦେଇ ନିଜ ପରିବାର ଓ ପୂର୍ବ ପିଢିମାନଙ୍କୁ ପାଇଁ ଏକ ଉଦାହରଣ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି । ଏହି ଗ୍ରାମକୁ ଶିକ୍ଷା ଓ ସବୁଜ ଜଙ୍ଗଲ ôରଖିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି ପୂର୍ବତନ ରା.ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୂ ଦାଶ । ସରକାରଙ୍କୁ ନିବେଦନ କରୁଛନ୍ତି ଅଚଂଳବାସୀ ଏଭଳୀ କି ଆଦିବାସୀ ବହୁଳ ଅଚଂଳରେ ଜଙ୍ଗଲକୁ ସୁରକ୍ଷା ରଖି ପ୍ରସଂଶାର ଏକ ବାର୍ତା ସମାଜକୁ ଦେଖାଇ ଛନ୍ତି ତେଣୁ ଏହି ଗ୍ରାମବାସୀଙ୍କୁ ରାଜ୍ୟ ସ୍ତର୍‌ୀୟରେ ସମ୍ମାନିତ କରିବା ପାଇଁ ଗଜପତି ଜିଲ୍ଲାବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ