ଗଜପତି ଜିଲ୍ଲାରେ ଭାଜପା ପ୍ରତିଷ୍ଠା ଦିବସ ପାଳିତ ହେଲା ନାହିଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ସମାପନ ହୋଇଥିବା ଉଭୟ ତ୍ରିସ୍ତରୀୟ ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନର ଫଳାଫଳ ତଥା ବିଜେଡିର ଅଭୂତପୂର୍ବ ସଫଳତାରେ ଜିଲ୍ଲା ଭାଜପା ହତଉତ୍ସାହିତ ମନୋଭାବରେ ଥିବାର ଚର୍ଚ୍ଚା ହେଉଛି । ବିଜେଡିର ଫଳାଫଳରେ ନିଜର ସ୍ଥିତି ଦେଖି ହତଉତ୍ସାହିତ ହୋଇ ପଡିଛି ଜିଲ୍ଲା ଭାଜପା ନେତୃତ୍ୱ । ଗତକାଲି ସବୁଠି ଭାଜପା ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଜିଲ୍ଲାସ୍ତରରେ କିମ୍ବା ମଣ୍ଡଳ ସ୍ତରେ ଭାଜପା ପ୍ରତିଷ୍ଠା ଦିବସ ପାଳନ କରିଥିବାର ନିଜିର ନାହିଁ । ଆଜି ଭାଜପାର ପ୍ରତିଷ୍ଠା ଦିବସ ପାଳିଛି କି ନାହିଁ କୌଣସି ଗଣମାଧ୍ୟମକୁ ବି ସେମିତି ସୂଚନା ମଧ୍ୟ ଦେଇନାହିଁ ଦଳ । ଜିଲ୍ଲାପାଇଁ ମଙ୍ଗ ଧରିଥିବା ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଏଥି ପୂର୍ବରୁ ଭାଜପାର ସାମାନ୍ୟ କାର୍ଯ୍ୟକ୍ରମର ସୂଚନା ଗଣମାଧ୍ୟମକୁ ତୁରୁନ୍ତ ଦେଉଥିବା ବେଳେ ସାମାଜିକ ଗଣମାଧ୍ୟମରେ ପ୍ରଚାର ଲାଗି ପୋଷ୍ଟ କରୁଥିଲେ । ତେବେ କେନ୍ଦ୍ରରେ ଶାଶନ ଗାଦି ଧରିଥିବା ଭାଜପା ଭଳି ଦଳ ଏଠାରେ ହତଉତ୍ସାହିତ ମନୋଭାବ ପୋଷଣ କରି ଦଳୀୟ ଦିବସକୁ ମଧ୍ୟ ପାଳି ନଥିବାକୁ ନେଇ ବିଭିନ୍ନ ସ୍ତରରେ ଆଲୋଚନାର ଶିକାର ହେଉଥିବାର ଶୁଣିବାକୁ ମିଳୁଛି ।


