ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମାରେ ବିଜ୍ଞାନ ମେଳା ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ ଯୋଗ ଦେଇ ମେଳାର ଶୁଭାରମ୍ଭ କରିଥିଲେ।ଏହି ମେଳାରେ ଅନ୍ୟତମ ଅତିଥି ଭାବେ ବିଡ଼ିଓ ଅନୁପ ଅଭିଷେଖ ବେହେରା ଓ ତହସିଲଦାର ଭାସ୍କର ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଏଥିରେ ଅଂଶଗ୍ରହଣ କରିବା ପାଇଁ ଗୁମ୍ମା ବ୍ଲକ ଅନ୍ତର୍ଗତ ୩୦ଟି ମୁନୁସିଂ,ସେରଙ୍ଗ,ଲିଙ୍ଗା, କୋଳାକଟ,କେସି ପୁର ଓ ଭୁବନି ସ୍କୁଲର ଛାତ୍ରଛାତ୍ରୀ ଏବଂ ସହାୟକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି ମେଳାର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ର ଛାତ୍ରୀଙ୍କ ପ୍ରକଳ୍ପର ପ୍ରତିଫଳନକୁ ପ୍ରଦର୍ଶନ କରିବା । ଅତିଥି ମାନେ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ପିଲାଙ୍କ ମାରାଥନ ପ୍ରକଳ୍ପକୁ ପ୍ରଶଂସା କରିଥିଲେ । ବିଦ୍ୟାଳୟରେ ୫୦ଟି ପ୍ରକଳ୍ପର ବିଷୟରେ ଛାତ୍ର ଛାତ୍ରୀ ମାନେ ଉପସ୍ଥାପନ କରିଥିଲେ।ମୁଖ୍ୟତଃ ଗୁମ୍ମା ଉଚ୍ଚ ବିଦ୍ୟାଳୟର ପରିବେଶ ଉପଯୋଗୀ, ମୁନୁସିଂ ବିଦ୍ୟାଳୟର ପରିବହନ ଓ ଚିପରି ପୋଲି ବିଦ୍ୟାଳୟର ସ୍ୱାସ୍ଥ୍ୟ ପ୍ରକଳ୍ପ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ମେଳାର ଅନୁଧ୍ୟାନ କରିଛନ୍ତି ଏସ ରାମା ରାଓ ଗଣ୍ଡାହାତୀ ସରକାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପୂର୍ଣ ଚନ୍ଦ୍ର ପ୍ରଧାନ ମହେନ୍ଦ୍ର ଗିରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜନକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ମେଳାକୁ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମାର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଢ଼ୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ ।


