ଗଜପତି ଜିଲ୍ଲାସ୍ତରୀୟ ପୁଲିସ ସହିଦ ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ପୁଲିସ ରିଜର୍ଭ ପଡ଼ିଆରେ ୬୪ ତମ ଜିଲ୍ଲାସ୍ତରୀୟ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଗଜପତି ଏସ୍.ପି. ସ୍ଵାତୀ ଏସ୍.କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ଦିବସ ପରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ସହିଦସ୍ତମ୍ଭରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଆଡିସିନାଲ ଏସ୍.ପି. ସୁନୀଲକାନ୍ତ ମହାନ୍ତି, ଡିଏସ୍ପି ରାଜକିଶୋର ଦାଶ ଓ ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ଥାନାର ଅଧିକାରୀମାନେ ସାମିଲ ହୋଇଥିଲେ ।


