ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ବନ ମହୋତ୍ସବ ସପ୍ତାହ ପାଳିତ”
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପାରଳାଖେମୁଣ୍ଡି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବନ ବିଭାଗ ସହଯୋଗରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧୂକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧୂକରଣ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ ଉଦ୍ଦେଶ୍ୟରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଦୌରା ଜଜ୍ ତଥା ପ୍ରାଧୂକରଣ ଅଧ୍ଯକ୍ଷ ପ୍ରଣବ କୁମାର ରାଉତରାୟ ମୂଖ୍ୟ ଅତିଥୂ ଭାବେ ଯୋଗ ଦେଇ ଆମ୍ବ ଗଛଟିଏ ବୃକ୍ଷରୋପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥଲେ । ଅନ୍ୟତମ ଅତିଥୂ ଭାବେ ଜିଲ୍ଲା ବନଖଣ୍ଡ ଅଧୂକାରୀ ଶ୍ରୀ ଏସ୍. ଆନନ୍ଦ, ଏଡିଜେ , ସିଜିଏମ , କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ଯକ୍ଷ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ରାଉତରାୟ କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷରୋପଣ କରି ପରିବେଶର ସୁରକ୍ଷା କରିବା ଉପରେ ଜନସଚେତନତା କରିଥଲେ। ସେହିଭଳି ବନଖଣ୍ଡ ଅଧୂକାରୀ ଶ୍ରୀ ଏସ୍. ଆନନ୍ଦ କହିଥିଲେ କି ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ କୁ ସବୁଜମୟ କରିବା ପାଇଁ ନିବେଦନ କରିଥଲେ । ଏହି କାର୍ଯ୍ୟକ୍ରମ ରେ ପିଜୁଳି, ଜାମୁକୋଳି, ଆମ୍ବ, ସିତାଫଳ ଇତ୍ୟାଦି ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରାଧୂକରଣର କର୍ମଚାରୀ ସମେତ ଦେବଗିରି ବନାଞ୍ଚଳର ବନାଞ୍ଚଳ ଅଧୂକାରୀ ବ୍ରହ୍ମାନନ୍ଦ ସାହୁ, ଫରେଷ୍ଟର ପି.ଭେଙ୍କଟ ରମଣ, ସନ୍ତୋଷ କୁମାର ପରିଚ୍ଛା ବନରକ୍ଷୀ ଶ୍ରୀ ପ୍ରସାଦ ନାୟକ, ପୁଷ୍ପଲତା ପଣ୍ଡା ଏବଂ ପାରା ଫରେଷ୍ଟ ଷ୍ଟାଫ୍ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ.