ଗଜପତି ଜିଲ୍ଲା ଗୋପାଳ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଚିତ୍ରକାର ସାହି ସ୍ଥିତ ରଘୁନାଥ ମନ୍ଦିର ଠାରେ ଗଜପତି ଜିଲ୍ଲା ଗୋପାଳ ସମାଜ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଥିଲା । ଅଲଡା ଗ୍ରାମର ସ୍ୱର୍ଗତ ନରସିଂହ ମହାଙ୍କୁଡଙ୍କ ଦ୍ୱାଦଶ ଦିବସ ଅବସରରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଏହି ଶ୍ରଦ୍ଧାଞ୍ଜଳି ସଭା ହୋଥିଲା । ଉକ୍ତ ସଭାରେ ଗଜପତି ଜିଲ୍ଲା ୧୬ଖଣ୍ଡ ଗୋପାଳ ସମାଜର ଉପସଭାପତି ନରସିଂହ ଗୌଡଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ପୂର୍ବତନ ଉପନଗରପାଳ ଅଭିମନ୍ୟୁ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟନାରାୟଣ ରାଜଗୁରୁ, ଜିଲ୍ଲା ଗୋପାଳ ସମାଜର ଆଇନ ପରାରମର୍ଶଦାତା କୌଳାସ ଚନ୍ଦ୍ର ଗୌଡ, ସ୍ୱର୍ଗତ ନରସିଂହ ମହାଙ୍କୁଡଙ୍କ ଜ୍ୟୋଷ୍ଠ ପୁତ୍ର ବଂଶୀଧର ମହାଙ୍କୁଡ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ସଭାପତି କୌଳାସ ମହାଙ୍କୁଡ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ତତ୍ ସଙ୍ଗେ ସଙ୍ଗେ ଗଜପତି ଜିଲ୍ଲାର ବହୁ ସଂଖ୍ୟାରେ ଗୋପାଳ ସମାଜର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତଥିଲେ । ସେଥି ମଧ୍ୟରୁ ଅଲଡା ଗ୍ରାମର ବହୁ ଗୋପାଳ ଭାଇ ଓ ଭଉଣୀ ମାନେ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ଗୋପାଳ ସମାଜର ଉପସଭାପତି ଶ୍ରୀ ଗୌଡ ମଙ୍ଗଳାଚରଣ ଓ ଶାନ୍ତି ପାଠ କରିଥିବାବେଳେ ଶେଷରେ ପାରଳାଖେମୁଣ୍ଡି ନଗର ଉପସଭାପତି କୌଳାସ ମହାଙ୍କୁଡ ଧନ୍ୟବାଦ ପ୍ରଦାନ କରିଥିଲେ ।


