ଗଜପତି ଜିଲ୍ଲା ଜଙ୍ଗମ ସମାଜର ସମ୍ମିଳନୀ
ପାରଳା ଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଓ ଗଞ୍ଜାମ ଜିଲ୍ଲା ଜଙ୍ଗମ ସମାଜର ସମ୍ମିଳନୀ ଗୋଷାଣୀ ବ୍ଲକ ୭ମାଇଲଠାରେ ଥିବା ସକିଡାମ୍ମା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମ.ବିଜୟ କୁମାର ସଭାପତି,ଏ.ଗୁରୁ ପ୍ରସାଦ ସମ୍ପାଦକ,ଆର.ଗୌରି ଶଙ୍କର ପ୍ରସାଦ କୋଷାଧ୍ୟକ୍ଷ,ସଭ୍ୟ ଭାବେ ପାରବତେସମ୍ ,ଏଲ.ରାଜେଶ୍ୱର ରାଓ,ରବି,ଏନ.ଶଙ୍କର ପ୍ରମୁଖ ମନୋନୀତ ହୋଇଛନ୍ତି । ଏମାନେ କହିଛନ୍ତି ଯେ, ଜଙ୍ଗମ୍ ଜାତି ଓଡିଶାର ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗତ ୧ଶହ ବର୍ଷ ଧରି ବଂଶାନୁକ୍ରମେ ରହି ଆସିଛନ୍ତି । ଜଙ୍ଗମ୍ ମାେନେ ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି । ବିଭିନ୍ନ ମନ୍ଦିରରେ ପୁଜାପାଠ ଏବଂ ବିବାହ ଓ ମୃତ କାର୍ଯ୍ୟରେ ସଂଖ ଫୁଙ୍କି ଘଣ୍ଟ ବଜାଇ ଅର୍ଜିତ ଅର୍ଥରେ ପରିବାର ପରି ପୋଷଣ କରିଥାନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଏହି ଜଙ୍ଗମ୍ ମାନେ କେଉଁ ଜାତିର ତାହାର ପ୍ରମାଣ ଓଡିଶାରେ ନାହିଁ । ପଡୋଶୀ ଆନ୍ଧ୍ରପ୍ରଦେଶରେ ଜଙ୍ଗମ୍ ମାନେ ବିସିଏ ଜାତିର ପ୍ରମାଣପତ୍ର ପାଇ ସୁବିଧାରେ ଚାକିରି ଓ ବିଭିନ୍ନ କ୍ଷେତ୍ରରେ ସୁବିଧା ପାଇ ଆସୁଛନ୍ତି । ଓଡିଶାରେ ରହିଥିବା ସମସ୍ତ ଜଙ୍ଗମ୍ ମାନଙ୍କୁ ଆନ୍ଧ୍ର ଭଳି ପ୍ରମାଣପତ୍ର ଦେବାକୁ ଏମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଉଭୟ ଜିଲ୍ଲାରୁ ଶତାଧିକ ଜଙ୍ଗମ୍ ପରିବାର ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।