ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ୬୩ ତମ ସହିଦ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ୬୩ ତମ ସହିଦ ଦିବସ ପାଳିତ । ବେତାଗୁଡା ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଏସ୍ପି ଜୟରାମ ଶତପଥୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସହିଦ ମାନଙ୍କ ସ୍ମୃତି ଚାରଣ କରିଥିଲେ। ୧୯୫୯ ମସିହାରେ ଆଜି ଦିନରେ ଲଦାକ ସୀମାରେ ଚୀନର ପିପୁଲ୍ସ ଲିବରେସନ ଫ୍ରଣ୍ଟର ଅତର୍କିତ ଗୁଳିଚାଳନାରେ ଦେଶପାଇଁ ସହିଦ ହୋଇଥିଲେ ୧୦ ଜଣ ଯବାନ। ସେହି ଦିନ ଠାରୁ ସହିଦ ଦିବସ ଭାବେ ଆଜି ଦିନରେ ଦେଶରେ କର୍ତ୍ତବ୍ୟ ସମୟରେ ସହିଦ ହୋଇଥିବା ଯବାନଙ୍କୁ ସ୍ମରଣ ରଖିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ସମସ୍ତ ପୋଲିସ କାର୍ଯ୍ୟାଳୟରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସହିଦ ପରିବାର ବର୍ଗଙ୍କୁ ସମ୍ମାନିତ କରାଯାଉଛି। ତତ୍ ସହିତ ମହାମହିମ ରାଜ୍ୟପାଳ ଏବଂ ମୂଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରି ଯବାନମାନଙ୍କ ମନୋବଳ ବଢାଇଥିଲେ। ଏହି ଅବସରରେ ଅତିରିକ୍ତ ଏସ୍ପି ବାମଦେବ ସିଂ, ଜିଲ୍ଲା ପୋଲିସର ବହୁ ବରିଷ୍ଠ ଅଧିକାରୀ ,ଅବସରପ୍ରାପ୍ତ ସେନା କର୍ମଚାରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।


