ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପୁର ଉଚ୍ଚ ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ନରେନ୍ଦ୍ରପୁର,କୀର୍ତ୍ତି ପୁର,ବ୍ରାହ୍ମଣଛାଇ,ଗୁଡିସର, ପିତ୍ତଳ, ବି ନୂଆଁ ପଲ୍ଲୀ,ରାମଚନ୍ଦ୍ର ପୁର ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ଆଠ ଗୋଟି ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ,ଚିତ୍ରାଙ୍କନ,ସୁନ୍ଦର ହସ୍ତାକ୍ଷର,କୁଇଜ,ଗୀତ,ନୃତ୍ୟ ପରିବେଷଣ କରିବା ସହ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଭାଗ ରେ ପ୍ରତିଭା ଲାଭ କରିଥିଲା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ସଭାପତି ବରୁଣ ପୋଲାଇ, ପ୍ରଧାନ ଶିକ୍ଷକ ଲଡୁ କିଶୋର ନାହାକ ,ଶିକ୍ଷା ସଂଯୋଜକ, ଦାଶ ରଥୀ ଜେନା,ରାମଚନ୍ଦ୍ର ପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବେଣୁ ଧର ସାହୁ,, ପ୍ରତାପ କୁମାର ଦାଶ, ରଞ୍ଜିତ ପାଣିଗ୍ରାହୀ, ଚରଣ ନାୟକ, ବିଦେଶୀ ସେଠୀ, ଜୟନ୍ତୀ ପାତ୍ର,ସସ୍ମିତା ମହାପତ୍ର, ପୂଜା ମହାନ୍ତି, ତେଜସ୍ଵୀନୀ ସାହୁ, ନନ୍ଦିତା ସାହୁ ଙ୍କ ସହ ଅନେକ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହ ଛାତ୍ର ଛାତ୍ରୀ ଯୋଗ ଦେଇ କାଯ୍ୟକ୍ରମ କୁ ସଫଳ କରିଥିଲେ


