ଗଜପତି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଜାତି ପିତା ମହ।।ତ୍ମା ଗାନ୍ଧୀଙ୍କ ଆଜି ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ବିଜେଡି କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଗାନ୍ଧୀ ଜୟନ୍ତୀ ସମାବେଶରେ ବରିଷ୍ଠ ବିଜେଡି ନେତା ବସନ୍ତ ଦାସ,ଲକ୍ଷ୍ମୀକାନ୍ତ ପରିଚ୍ଛା,ଅନ୍ତର୍ଯ୍ୟାମୀ ଗମାଙ୍ଗ,ସୁର୍ଯ୍ୟନାରାୟଣ ରାଜଗୁରୁ,ପ୍ରଶାନ୍ତ ପାତ୍ର, ନାରୀ ନେତ୍ରୀ ସଂଯୁକ୍ତା ବେହେରା,ପୁର୍ଣ୍ଣବାସୀ ନାୟକ ପ୍ରମୁଖ ଯୋଗ ଦେଇ ଗାନ୍ଧୀଜୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ଗାନ୍ଧୀଜୀଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ଜାତିର ସେବା କରନ୍ତୁ ବୋଲି ସେମାନେ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ