ଗଜପତି ଜିଲ୍ଲା ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କାଶୀନଗର ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଛି. ଏହି ବୈଠକ ରେ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ, ବି ପି ଏମ ଜଗନ କୁମାର ବାରିକ, ବି ଏଲ ସି ଖଗେଶ୍ୱର ମେହେର ଉପସ୍ଥିତ ହୋଇ ନିଯୁକ୍ତ ଆଶାୟୀ ଯୁବକ ଯୁବତୀ ମାନଂକୁ କିପରି ଚୟନ କରାଯାଇ ସେମାନଙ୍କ ତାଲିମ ବ୍ୟବସ୍ତା, ତାଲିମ ପରେ ବେସରକାରୀ ସ୍ତରରେ ନିଯୁକ୍ତି ବ୍ୟବସ୍ତା, ଆତ୍ମ ନିଯୁକ୍ତି, ଉଦ୍ୟୋଗ ବିକାଶ ନିମନ୍ତେ ସହଯୋଗ କରାଯିବ ନେଇ ବକ୍ତବ୍ୟ ରଖିଥିଲେ. ଏଠାକୁ ଏମ ବି କେ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ପ୍ରାୟ 64 ଜଣ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଙ୍କୁ ଆଣିଥିଲେ. ସେହିପରି ଏନ ଏ ସି ର ବିଜୁ କଲ୍ୟାଣ ମଣ୍ଡପ ଠାରେ ହାଇସ୍କୁଲ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କୁ ସ୍ୱାବଲମ୍ବୀ କରି ସେମନେ ଆତ୍ମନିର୍ଭର ଶିଳ ହେବା ପାଇଁ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ପଢିବା ପାଇଁ ବୈଷୟିକ ତାଲିମ କେନ୍ଦ୍ର ରୁ ଆସିଥିବା ଅଧିକାରୀ ମାନେ ବୁଝାଇଥିଲେ. ଏହି ଠାରେ ପ୍ରାୟ 100ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ