ଗଜପତି ଜିଲ୍ଲା ଭାଜପା ମଣ୍ଡଳ ସଭାପତିମାନଙ୍କ ନାମ ଘୋଷଣା କଲେ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଭାରତୀୟ ଜନତା ପାର୍ଟିର ଦୁଇଟି ବିଧାନସଭା ଆସନର ମଣ୍ଡଳସ୍ତରୀୟ ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି । ଓଡିଶା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ,ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର, ଜିଲ୍ଲା ପ୍ରଭାରୀ ସରୋଜ ସାବତ ଓ ଗଜପତି ଜିଲ୍ଲା ସଭାପତି କେ.ନାରାୟଣ ରାଓଙ୍କ ଉପସ୍ଥିତିରେ ଗତକାଲି ଏହି ନାମଗୁଡିକ ଘୋଷିତ ହୋଇଥିଲା । ପାରଳା ବିଧାନସଭା ଆସନର ଖାଣ୍ଡବା ମଣ୍ଡଳର ଉମାଶଙ୍କର ଗନ୍ତାୟତ,କେ.ସୀତାପୁର ମଣ୍ଡଳର ଚନ୍ଦ୍ର ସାହୁକାର,ସେରଙ୍ଗ ମଣ୍ଡଳର ନାଉମ ଗମାଙ୍ଗ, ଗୁମ୍ମା ମଣ୍ଡଳର କୃଷ୍ଣଚନ୍ଦ୍ର ବିଶୋଇ,ଉପଲଡା ମଣ୍ଡଳର ଜି.ଶ୍ରୀଧର ନାଇଡୁ,ଗୋଷାଣୀ ମଣ୍ଡଳର ଉମାଶଙ୍କର ପାତ୍ର,କାଶୀନଗର ଏନ୍ଏସି ମଣ୍ଡଳର ଆର୍.ଚଳପତି ରାଓ,ପାରଳାଖେମୁଣ୍ଡି ପୌରପାଳିକାର ଜମିଦାର ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଥିବାବେଳେ ମୋହନା ବିଧାନସଭା ଆସନର ମୋହନା ମଣ୍ଡଳର ସତ୍ୟନାରାୟଣ ଦଣ୍ଡସେନା,ଚନ୍ଦ୍ରଗିରି ମଣ୍ଡଳର ରଜନୀକାନ୍ତ ପ୍ରଧାନୀ,ଅଡବା ମଣ୍ଡଳର ଏ.ରାମାରାଓ ଆଚାରୀ,ଆର୍.ଉଦୟଗିରି ମଣ୍ଡଳର ଅମ୍ବିକା ପ୍ରସାଦ ଘଡେଇ,ରାମଗିରି ମଣ୍ଡଳର ମହେଶ୍ୱର ନାୟକ,ନୂଆଗଡ ମଣ୍ଡଳର ନକୁଳ ବଡରଇତ,ରାୟଗଡ ମଣ୍ଡଳର ଜଗନ୍ନାଥ ଖାଡାଙ୍ଗତୁ ଓ ଜିରାଙ୍ଗ ମଣ୍ଡଳର ଗଙ୍ଗାଧର ଗୌଡଙ୍କ ନାମ ଘୋଷଣା କରାଯାଇଛି । ଓଡିଶା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଗଜପତି ଜିଲ୍ଲା ଭାଜପା ମଣ୍ଡଳ ସଭାପତିମାନଙ୍କ ନାମ ଘୋଷଣା କଲା ପରେ ପାରଳାଖେମୁଣ୍ଡି ବଜାର ଛକ ନିକଟରେ ଥିବା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳାର ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୁର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।