ଜାତୀୟ କଂଗ୍ରେସର ସାଙ୍ଗଠନିକ ବୈଠକ

ବୁଗୁଡା,(ଅନିଲ କୁମାର ମହାରଣା): ଦିନେ ବୁଗୁଡା ବ୍ଲକ ଜାତୀୟ କଂଗ୍ରେସର ଗଡ ଭାବେ ପରିଚିତ ଥିଲା। ବିଗତ ପାଞ୍ଚାୟତ ନିର୍ବାଚନରେ ମଧ୍ୟ ବୁଗୁଡା ବ୍ଲକ ଅଧ୍ୟକ୍ଷ ପଦ କଂଗ୍ରେସ ଅକ୍ତିଆର କରିଥିଲା। ଯୁବ ନେତାଙ୍କ ହାତକୁ ସାଙ୍ଗଠନିକ ଦ୍ୱାୟିତ୍ୱ ଆସିଲା। ବିଗତ ବିଧାନସଭା ନିର୍ବାଚନରେ ଜାତୀୟ କଂଗ୍ରେସ ବୁଗୁଡା ବ୍ଲକ ଅଧ୍ୟକ୍ଷ ତଥା ଯୁବ ନେତା ଗୋକୁଳାନନ୍ଦ ମଳିକଙ୍କୁ ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କରିଥିବା ବେଳେ ସେ ପରାଜୟ ବରଣ କରିଥିଲେ ମଧ୍ୟ ସମ୍ମାନଜନକ ପ୍ରତିଦ୍ବନ୍ଦିତା ହୋଇଥିଲା। ହେଲେ ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଗୋକୁଳାନନ୍ଦ ବାବୁ ପ୍ରାୟ ସମସ୍ତ କଂଗ୍ରେସ ସମର୍ଥଙ୍କୁ ନେଇ ବିଜେପିରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ହୋଇଥିଲେ। ଯାହାଫଳରେ ପୋଲସରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଲା। ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କଂଗ୍ରେସର ମଙ୍ଗ ଯୁବ ବିଧାୟକ ରମେଶ ଚନ୍ଦ୍ର ଜେନା ଗ୍ରହଣ କରିବା ପରେ ବହୁ ଦିନର ବ୍ୟବଧାନ ପରେ ବୁଗୁଡା ବ୍ଲକରେ କଂଗ୍ରେସର ବୈଠକ ହୋଇଥିବା ବେଳେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଜାନୁଆରୀ ୧୦ ତାରିଖ ଦିନ ବୁଗୁଡା ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣୀ ମଣ୍ଡପ ପରିସରରେ ହରି ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବୁଗୁଡା ବ୍ଲକ ଓ ନଗର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇଥିଲେ।ବ୍ଲକ କଂଗ୍ରେସ କର୍ମୀ ମାନଙ୍କ ସହ ଆଲୋଚନା କରି କଂଗ୍ରେସର ପୂର୍ବ ସ୍ଥିତି ଫେରାଇ ଆଣିବାକୁ କର୍ମୀ ମାନଙ୍କୁ ପ୍ରେରଣା ଯୋଗାଇଥିଲେ। ପୁନର୍ବାର କର୍ମୀ ସମ୍ମିଳନୀ କରାଯାଇ ବୁଗୁଡା ବ୍ଲକ ଓ ନଗର କର୍ମକର୍ତ୍ତା ମନୋନୀତ କାରାଯିବାକୁ ଠିକ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଘ୍ନରାଜ ଦାଶ, ଜାନକୀ ବଲ୍ଲଭ ରାଉତ, ଶଙ୍କର ବେହେରା, ଆଡଭୋକେଟ ମାନସ ଦାଶ, ସୁଜିତ କୁମାର ସ୍ଵାଇଁ, ସିମାଞ୍ଚଳ ନାୟକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ