ଗଜପତି ଜିଲ୍ଲା : ମାନବିକତା ଆଜି ବି ମରି ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଆଜି କାଲି ମଣିଷ ମଣିଷକୁ ଘୃଣା କରିବାରେ ଲାଗିଥିବା ବେଳେ କିଛି ଏପରି ବି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ ମାନବିକତା ଆଜି ବି ମରି ନାହିଁ । ଆଜି ସେମାନଙ୍କ ପାଇଁ ହିଁ ବଞ୍ଚି ରହିଛି ବହୁ ଜୀବନ ଆଉ ମାନବିକତା । ଏହି ଘଟଣାଟି ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର, ଯେଉଁଠି କିଛି ବିଦ୍ୟାର୍ଥୀ ମାନେ ପାରଳାଖେମୁଣ୍ଡି ସହରରେ ଆହତ ଏବଂ ରୋଗିଣା ପଶୁ ପକ୍ଷୀଙ୍କ ଚିକିଛା କରି ସେମାନଙ୍କୁ ସୁସ୍ଥ କରି ନୂଆ ଜୀବନ ଦେଇ ପାରୁଛନ୍ତି । ଏହି ଚାରି ଜଣିଆ ପ୍ରକୃତି ପ୍ରେମୀ ନିଜସ୍ୱ ଖର୍ଚ୍ଚରେ ଆବଶ୍ୟକ ଔଷଧ ମାନ କିଣି ବିଭିନ୍ନ ପଶୁ ପକ୍ଷୀଙ୍କ ଚିକିଛା କରୁଥିବା ଦେଖିବାକୁ ମିଳିଛି । ଏ ପରିକି ବାହାରେ ବୁଲୁଥିବା ରୁଗଣ କୁକୁର ମାନଙ୍କର କ୍ଷତ ସ୍ଥାନ ଆଦି ସଫା କରି ଔଷଧ ଲଗାଇ ପଟି ବାନ୍ଧି ସେମାନଙ୍କୁ ସୁସ୍ଥ କରିବାକୁ ପ୍ରୟାଶ କରୁଛନ୍ତି । ଏହି ପ୍ରକୃତି ପ୍ରେମୀ ମାନଙ୍କ କହିବ କଥା ହେଲା ଯେ ଏପରି ମହତ୍ଵ କାମ କରି ସେମାନଙ୍କୁ ଖୁସି ଲାଗୁଛି । ଏହି ବିଦ୍ୟାର୍ଥୀ ମାନେ ଇନଷ୍ଟାଗ୍ରାମରେ ଭଏସ ଫୋର ଭଏସ ଲେସ ଗଜପତି ନାମକ ଏକ ସୋସିଆଲ ମିଡିଆ ରେ ଆକାଉଣ୍ଟ ଖୋଲି ନିଜ କାର୍ଯ୍ୟ ସମ୍ବନ୍ଦୀୟ ସୂଚନା ପ୍ରଦାନ କରୁଛନ୍ତି ।ଏହି ସେବା ମନୋଭାବ ରଖିଥିବା ଏହି ବିଦାର୍ଥୀ ମାନଙ୍କୁ ଯଦି କିଛି ସାହାଯ୍ୟ ମିଳିବ ତାହାହେଲେ ସେମାନେ ଆହୁରି ଭଲ କାମ କରି ପାରିବେ । ଏହି ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କର ଏଭଳି ମହତ୍ଵ କାର୍ଯ୍ୟ ପାଇଁ ସମ୍ମାନ ପୂର୍ବକ ସେଲୁଟ କରୁଛି । ଝିଅ ଟିର ନା – ବିଭୁଦତ୍ତ ପଣ୍ଡା ,କଟିକା ସାହି PKD , ପୁଅ ଟିର ନା ପି ..ଚନ୍ଦ୍ର ଶେଖର ରାଓ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ