ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦୟାଳୟ ୧୭ ବର୍ରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଅନୁଷ୍ଠିତ ହୋଯାଇଅଛି ।ଆଜିର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ଉତ୍ସବରେ ଶ୍ରୀଯୁକ୍ତ ଗବାରା ତ୍ରିରୁପତି ରାଓ ,ମାନ୍ୟବର ଅଧକ୍ଷ ଜିଲ୍ଲାପରିଷଦ ଗଜପତି ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଗଜପତି ଜିଲ୍ଲା ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାର ସାତ ଗୋଟି ବ୍ଲକ୍ ର ସମସ୍ତ ମେଧାବୀ ଫୁଟବଲ୍ ଖେଳାଳି ବାଳକ ବାଳିକା ଭାଗ ନିଅନ୍ତୁ ଓ ଫୁଟବଲ୍ ଖେଳରେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟର ନାମ ରକନ୍ତୁ ଓ ରାଜ୍ଯ ସରକାରଙ୍କ ତରଫରୁ ଫୁଟବଲ୍ ଖେଳର ବିକାଶ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ ବକ୍ତବ୍ୟ ରେ କହିଥିଲେ । ଆଜିର ଉଦ୍ଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ରୋମାଞ୍ଚଳ ଖମାରୀ, ଡେପୁଟି କଲେକ୍ଟର ତଥା ସହକାରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ନଟବର ଗରଡ଼ା, ଜିଲ୍ଲା ଶିକ୍ଷା ସ୍କୁଲ ପର୍ଯ୍ୟବେକ୍ଷକ ପ୍ରେମରଂଜନ ଶତପଥୀ , ଜାତୀୟ ସ୍ତରୀୟ ଦିବ୍ୟଙ୍ଗ ଖେଳାଳି ପୂଜାସ୍ଵିନି ନାୟକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ପ୍ରମୁଖ ଅତିଥି ମଞ୍ଚାସିନ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜି ପ୍ରଥମ ଦିନରେ ଆର୍ ଉଦୟଗିରି ଓ ମୋହନା ବ୍ଲକ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।ଆଜିର ଏହି କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ,ଶାରୀରିକ ଶିକ୍ଷା ନିରୀକ୍ଷକ, ସୁରେନ୍ଦ୍ର ପାତ୍ର ଏବଂ ସଭା ପରିଚାଳନା କରିଥିଲେ ଅମୂଲ୍ୟ ପାଣଗ୍ରାହୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଅତିଥି ମାନେ ଖେଳାଳି ମାନଙ୍କୁ ଜିଲ୍ଲାର ଗୌରବ ବଜାୟ ରଖିବା ପାଇଁ ଶୁଭକାମନା କରିଥିଲେ ଏହି ଖେଳରେ ଜିଲ୍ଲା ର ୧୯୫ ଜଣ ଛାତ୍ର ଛାତ୍ରୀ ସହିତ ୮୫ ଜଣ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ମଶାଲ ଧରି ସହର ପରିକ୍ରମା କରିଥିଲେ ୮ଗୋଟି ବାଳକ ଟିମ ଓ ୫ଗୋଟି ବାଳିକା ଟିମ ଅଂଶ ଗ୍ରହଣ କରି ଆସନ୍ତା ୧୭-୧୦-୨୦୨୨ ରିଖ ପର୍ଯ୍ୟନ୍ତ ଖେଳ ଚାଲୁରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ