ଗଜପତି ଡିଇଓ, ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଓ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଓ ବିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବଡ ଗୋଷାଣି ଗ୍ରାମରେ ଥିବା ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ବ୍ୟାପକ ଅନିୟମିତତା ଘଟଣାର ସଠିକ ତଦନ୍ତ କରି ନ ଥିବା ଜିଲ୍ଲା ଶିକ୍ଷାକାରୀଙ୍କ ସମେତ ସୁପରିଟେଣ୍ଡେଣ୍ଟ ତଥା ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ବିଜେଡି ଓ ଜନସାଧାରଣଙ୍କ ପକ୍ଷରୁ ଗୋଷାଣି ଗୋଷ୍ଠୀ ଶିକ୍ଷାଧୂକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ପ୍ରତିବାଦ ଧାରଣା ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁଙ୍କ ନେତୃତ୍ବରେ ହୋଇଥିବା ବେଳେ ବିଜେଡି ବ୍ଲକ ସଭାପତି ଏସ୍. ଈଶ୍ବର ରାଓ, ପାରଳାଖେମୁଣ୍ଡି ପୌରାଧ୍ଯକ୍ଷା ନିର୍ମଳା ସେଠୀ, କାଶୀନଗର ବ୍ଲକ ଅଧ୍ଯକ୍ଷା ବାଲା ସାୟାମ୍ମା, ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ ନାୟକ, ଜିଲ୍ଲା ବିଜେଡି ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ଜିଲ୍ଲାପରିଷଦ ସଭ୍ୟ ଏସ୍.ବାଲାରାଜୁ, ଜିଲ୍ଲା ପରିଷଦ ସଭ୍ୟା ଲୀବତୀ ପାରିଗା, ଗୋଷାଣି ବ୍ଳକ ଯୁବ ବିଜେଡି ସଭାପତି ପି ନାଗେଶ୍ବର ରାଓ, ବରିଷ୍ଠ ନେତା ୱାଇ ରାମଚନ୍ଦ୍ର ରାଓ, ଆରଏମସି ସଭାପତି ଏସ୍ ଗଜପତି ରାଓ ଓ ଯୁବ ନେତା ଦୀପୁ ପଟ୍ଟନାୟକ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, କର୍ମୀ ଓ ବହୁ ସଂଖ୍ୟାରେ ସାଧାରଣ ଲୋକ ସାମିଲ ହୋଇଥିଲା I ସକାଳ ୯ ଘଣ୍ଟା ଠାରୁ ବିଇଓ ସମ୍ମୁଖରେ ଧାରଣା ଦେଇ ବିଭିନ୍ନ ସ୍ଲୋଗାନମାନଦେବା ସହ ଅନିୟମିତତା କରିଥିବା ହଷ୍ଟେଲ ସୁପରିନ୍‌ଟେଣ୍ଡେଣ୍ଟ୍ ଏବଂ ଅନିୟମିତତାର ତଦନ୍ତ ନ କରି ଘଣ୍ଟ ଘୋଡାଉଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଲୋଗାନ ଦେଇଥିଲେ । ଏହା ସହ ଗୋଷ୍ଠୀ ଶିକ୍ଷାଧୂକାରୀଙ୍କ କାର୍ଯ୍ୟାଳୟକୁ ଖୋଲିବାକୁ ଦେଇ ନ ଥିଲେ | ପ୍ରାୟ ୪ ଘଣ୍ଟା ଧରି କାର୍ଯ୍ୟାଳୟରେ ତାଲା ଝୁଲୁଥିଲା । ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ତହସିଲଦାର ନାରାଯଣ ବେହେରା ଏବଂ ସ୍ଥାନୀୟ ବିଡିଓ ଗୌର ଚନ୍ଦ୍ର ପଟ୍ଟନାୟକ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ବହୁ ବୁଝାସୁଝା କରିଥିଲେ । ଜିଲ୍ଲା ପ୍ରଶାସନଙ୍କୁ ଏସମ୍ପର୍କରେ ଜଣାଇବା ପରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରା‌ଯିବ ବୋଲି ବିଡିଓ ଓ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ | ଏହାପରେ ମଧ୍ୟାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଆନ୍ଦୋଳନକାରୀ ପ୍ରତିବାଦ ଧାରଣାରୁ ଓହରିଥିଲେ । ବିଭିନ୍ନ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ଶ୍ରୀ ପଟ୍ଟନାୟକଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା | ୭ ଦିନ ମଧ୍ୟରେ ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦିଆଯିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଏଥିପାଇଁ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ ଏବଂ ଅନ୍ୟମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ