ଗଜପତି ଦିନିକିଆ ଗସ୍ତରେ ତାରା ପ୍ରସାଦ ବାହିନୀପତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ଦିନିକିଆ ଗଜପତି ଗସ୍ତରେ ଆସିଥିବାର ଜଣାପଡିଛି । କଂଗ୍ରେସ ରାଜନୀତିରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେବା ସହ ଗଜପତି କଂଗ୍ରେସ ଦଳରେ ଚଳଚଞ୍ଚଳ ପ୍ରକାଶ ପାଇଥିବା ଲକ୍ଷ କରାଯାଇଛି । ଜିଲ୍ଲାରେ ଗୋଟିଏ ନିର୍ବାଚନ ମଣ୍ଡଳୀ କଂଗ୍ରେସର ଅକ୍ତିଆରରେଥିବାବେଳେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସ୍ଥିତି ମଜଭୁତ କରିବାକୁ ରଣକୌଶଳ ପ୍ରସ୍ତୁତ କରୁଥିବାର ଆଲୋଚନା ହେଉଛି । ଏହି ଗସ୍ତରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିବା ସହ ଜିଲ୍ଲାପାଳଙ୍କ ସହ ଏକ ସୈଜନ୍ୟମୂଳକ ଆଲୋଚନା କରିଛନ୍ତି । ପରେ ଏକ ଖବରଦାତା ସମ୍ମିଳନୀରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଯୋଗୁଁ ଆମେ ଓଡିଆ ଜାତିର ମାନ୍ୟତା ପାଇଥିବା ବିଷୟରେ କହିଥିଲେ । ତାଙ୍କର ବହୁ ଜନହିତକର ପ୍ରକଳ୍ପର ଉନ୍ନତି କରିବା ଆମର ଲକ୍ଷ୍ୟ ହେବା ଉଚିତ । ଜିଲାରେ କୌଣସି ଶିଳ୍ପ ପ୍ରତିଷ୍ଠା ନଥିବାରୁ କୃଷିର ଉନ୍ନତି କରିବା ଆତ୍ୟାବଶ୍ୟକ ଏବଂ ବଂଶଧାରା ନଦୀର ଜଳ ଓଡିଶା ଅପେକ୍ଷା ଆନ୍ଧ୍ର ପ୍ରଦେଶ ବେଶି ପରିମାଣରେ ବ୍ୟବହାର କରୁଛି ବୋଲି କହିଥିଲେ । ଏଠାରେ ମେଗା ଉଠାଜଳସେଚନ ପ୍ରକଳ୍ପ ଗୁଡିକ ନିର୍ମାଣ କରି ଅଧିକ ଅଞ୍ଚଳ ଜଳସେଚନ ନିମନ୍ତେ ସଚିବ ସ୍ତରରେ ଆଲୋଚନା କରିବି ବୋଲି କହିଛନ୍ତି । ଏଥି ସହ ସଂଗଠନ ଦାୟିତ୍ୱ ଦିଆଗଲେ ସ୍ଥିତି ସୁଦୃଢ ହେବ ବୋଲି ଶ୍ରୀ ବାହିନୀପତି ମତ ରଖିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳା ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, ପାରଳାଖେମୁଣ୍ଡି ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ସଂଜୟ କୁମାର ଅଧିକାରୀ, ଯୁବନେତା ମନୋଜ କୁମାର ସାହୁ ପ୍ରମୁଖଙ୍କ ସହ ବହୁ ଜିଲ୍ଲାସ୍ତରୀୟ ନେତା ଓ କର୍ମୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ