ନାହିଁ ନାହିଁର ଗ୍ରାମ ଗୁରୁଗୁଡା: ସମସ୍ୟାର ସମାଧାନ ନ ହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ ଚେତାବନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସ୍ୱାଧିନତାର ୭୫ ବର୍ଷ ପରେ ସୁଦ୍ଧା ଗଜପତି ଜିଲ୍ଲାରେ ଏପରି କିଛି ଗ୍ରାମ ରହିଛି ଯେଉଁ ଗ୍ରାମ କି ସବୁ କ୍ଷେତ୍ରରେ ଅବହେଳିତ । ଗ୍ରାମରେ ରାସ୍ତା ନାହିଁ ତ ପିଇବା ପାଣିର ସୁବିଧା ବି ନାହିଁ । ଲୋକେ ବହୁ ଦୁଃଖ କଷ୍ଟରେ ଜୀବନ ବିତାଇ ଆସୁଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ୟା ଗୁଡିକର ସମାଧାନ ନ ହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଗଜପତି ଜିଲ୍ଲାରେ ଏଭଳି ଏକ ଗ୍ରାମ ରହିଛି, ମୋହନା ବ୍ଲକ ଠାରୁ ମାତ୍ର ୭ କିମି ଦୂରରେ ରହିଛି ପାହାଡ ପର୍ବତ ଘେରା ଗୁରୁଗୁଡା ଗ୍ରାମ । ହେଲେ ଗାଁକୁ ପକ୍କା ରାସ୍ତା ନାହିଁ । ଗାଁର କୌଣସି ଲୋକ ରୋଗରେ ପଡିଲେ ମେଡିକାଲ ସୁବିଧା ପାଇଁ ଆମ୍ବୁଲାନ୍ସ ପହଞ୍ôଚପାରୁନି । ଯାହାଫଳରେ ଅନ୍ୟ ଗ୍ରାମ ରାସ୍ତା ଦେଇ ୪ କି.ମି. ବୁଲି ମୁଖ୍ୟରାସ୍ତାକୁ ଯିବା ଆସିବା କରନ୍ତି । ସେହିପରି ଗ୍ରାମରେ ୪୭ ପରିବାର ବସବାସ କରୁଥିବା ବେଳେ ସେମାନଙ୍କ ପାଇଁ ରହିଛି ଗୋଟିଏ ସୋଲାର ପାନୀୟ ଜଳ ପ୍ରକଳ୍ପ । ଏହା ଆବଶ୍ୟକ ମୁତାବକ ପାଣି ଯୋଗାଇପାରୁନି । ତେଣୁ ମହିଳାମାନେ ୫୦୦ ମିଟର ଦୂର ପାହାଡ ନିକଟରେ ଥିବା ଚୁଆରେ ଦୂଷିତ ପାଣିକୁ ବ୍ୟବହାର କରନ୍ତି । ପାହାଡ ଉପରୁ ପାଣି ଆଣିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଗ୍ରାମବାସୀ ବାରମ୍ବାର ନିବେଦନ କରି ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମର ସମସ୍ୟା ସମାଧାନ କରାନଗଲେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ