ଗଜପତି ପଥପ୍ରାନ୍ତ ନାଟକ ମାଧ୍ୟମରେ ପୋଷଣ ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଠାରେ “ପିସ” ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନୁକୁଲ୍ୟରେ ପୋଷଣ ସମ୍ପର୍କିତ ଏକ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ପଥପ୍ରାନ୍ତ ନାଟକ ମାଧ୍ୟମରେ ଆରମ୍ଭ ହୋଇଛି । ଭାରତ ସରକାରଙ୍କ ସଂସ୍କୃତି ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ସେପ୍ଟମ୍ବର ମାସକୁ ପୋଷଣ ମସ୍ର ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ମା ମାନଙ୍କୁ ଗର୍ଭବତୀ ସମୟରେ କେଉଁ କେଉଁ ପୃଷ୍ଟିକର ଖାଦ୍ୟ ଖାଇବା ଦରକାର ତାହା ବୁଝାଯାଇଥିଲା । ଶିଶୁ ଜନ୍ମର ଦୁଇ ବର୍ଷ ପର୍ଯ୍ୟନ୍ତ କଣ ଖାଇବା ଦରକାର ତାହାକୁ ନେଇ ପଥପ୍ରାନ୍ତ ନାଟକ ଉପସ୍ଥାପନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ମୋହନା ଶିଶୁ ବିକାଶ ଅଧିକାରୀ, ଯୁବକ ସଂଘର ସମ୍ପାଦକ ଓ ପିସ୍ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନାଟକକୁ ଉଦ୍‌ଘାଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ