ଗଜପତି ପ୍ରଶାସନର ପକ୍ଷରୁ ପୁର୍ବତନ ଏଡିଏମ୍‌ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପୁର୍ବତନ ଏଡିଏମ୍ ସ୍ୱର୍ଗତ କରୁଣାକର ରାଇକାଙ୍କ ବିୟୋଗରେ ଗଜପତି ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଜିଲ୍ଲାପାଳ ଅନୁପମ ସାହା ପ୍ରଥମେ ସ୍ୱର୍ଗତ ରାଇକାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହା ସହ ସ୍ୱର୍ଗତ ରାଇକାଙ୍କ କାର୍ଯକାଳ ସମୟରେ ତାଙ୍କର କାର୍ଯ୍ୟ କୌଶଳ ଏବଂ ସହଯୋଗ ମନୋଭାବକୁ ପ୍ରଶଂସ।। କରିଥିଲେ । ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସ୍ୱର୍ଗତ ଅତ୍ମାର ସଦ୍‌ଗତି କାମନା କରି ୨ମିିନିଟ୍ ନିରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ରାଇକା ଗଜପତି ଜିଲ୍ଲାରେ ଦୀର୍ଘ ସମୟ ଧରି ବିଭିନ୍ନ ପଦ ପଦବୀରେ ଯଥା, ପ୍ରୋଗ୍ରାମ ଫିସର, ବିଡିଓ, ତହସିଲଦାର, ଆଦିରେ କାର୍ଯ୍ୟ କରି ଗଜପତିବାସୀଙ୍କୁ ସେବା ଯୋଗାଇଛନ୍ତି ବୋଲି ବିଭିନ୍ନ ଅଧିକାରୀ କହିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପିଡି ଡିଆରଡିଏ ମହେଶ କୁମାର ଚୌଧୁରୀ,ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା,ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାତକର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରି ସ୍ୱର୍ଗତ ରାଇକାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ