ଗଜପତିରେ ଚିନ୍ତା ବଢାଉଛନ୍ତି ପଜିଟିଭ୍, ଗୁରୁବାର ୭୫ଜଣ ପଜିଟିଭ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତିରେ ପୁଣି କରୋନା ଜନିତ ଚିନ୍ତା ବଢିବାରେ ଲାଗିଛି । ଗଜପତି ଜିଲ୍ଲା ଦିନକୁ ଦିନ କରୋନା ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭୫ ଜଣକୁ ମିଶାଇ ସଂଖ୍ୟା ୮୦୦ରେ ପହଞ୍ଚିଛି । ଏହି ୭୫ଜଣଙ୍କ ମଧ୍ୟରୁ ୧୫ଜଣ କୋଭିଡ୍ ଯୋଦ୍ଧା,କଣ୍ଟେନ୍ମେଣ୍ଟ ଜୋନ୍ରୁ ୮ଜଣ,ସ୍ୱାସ୍ଥ୍ୟ ଟିମ୍ଦ୍ୱାରା ଚିହ୍ନଟ ହୋଇଥିବା ୪୧ଜଣ,ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୧୦ଜଣ ଆକ୍ରାନ୍ତ ଓ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୋଲି ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଏହି ୭୫ଜଣଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଏହି ସୁଚନା ପ୍ରଦାନ କରିଛନ୍ତି । ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ କୋଭିଡ୍ ନିୟମ ମାନନ୍ତୁ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।


