ଗଜପତି ବିଏସକେୱାଇ-ନବୀନ କାର୍ଡ ସଚେତନତା ରଥ ଉଦ୍‌ଘାଟିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଏସକେୱାଇ-ନବୀନ କାର୍ଡର ୨ଗୋଟି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ। ଏହି ସଚେତନତା ରଥ ଜିଲ୍ଳାର ୭ଗୋଟି ବ୍ଲକର ପ୍ରତି ଗ୍ରାମକୁ ଯାଇ ଜନସାଧାରଣଙ୍କୁ ସଚେତନ କରାଇବ । ଯେଉଁମାନେ ବିଏସକେୱାଇ ରୁ ବାଦ ପଡ଼ିଛନ୍ତି ସେମାନେ ୬ରୁ ୧୬ ତାରିଖ ମଧ୍ୟରେ ଆବେଦନ କରିପାରିବେ । ପ୍ରତି ପରିବାର ପାଇଁ ବାର୍ଷିକ ୫ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ପ୍ରାବଧାନ କରାଯାଇଛି। ଏହି କାର୍ଡ ଆସନ୍ତା ୨୦୨୪ ମସିହା ମେ ୧ ତାରି ତାରିଖରୁ କାର୍ଯ୍ୟ କରିବ। ଆବେଦନ ପାଇଁ ଅନଲାଇନରେ ସାଇଟ୍କୁ ଯାଇ ନିଜେ ପଞ୍ଜିକରଣ କରିପାରିବେ କିମ୍ବା ମୋ ସେବା କେନ୍ଦ୍ରରେ ବିନା ଦେୟରେ ଆବେଦନ କରିପାରିବେ ସମୟ ଉପଯୋଗୀ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଲକ୍ଷ୍ୟରେ ସରକାରୀ ଓ ବେସରକାରୀ ହସ୍ପିଟାଲ ମାନଙ୍କରେ ଉପଲବ୍ଧ ସୁବିଧାରେ ସର୍ବାଧିକ ଉପଯୋଗ ସହ ପର୍ଯ୍ୟାୟକ୍ରମେ ବିଏସକେୱାଇ ପରିସରକୁ ସମ୍ପ୍ରସାରଣ କରାଯାଇଛି। ଓଡ଼ିଶାର ଜନସାଧାରଣଙ୍କ ପାଇଁ ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନ ପରବର୍ତ୍ତୀ ସମୟରେ ସହରାଞ୍ଚଳରେ ବାସ କରୁଥିବା ପରିବାର ସରକାରୀ କର୍ମଚାରୀ, ପେନସନ ଭୋଗୀ ଏବଂ ଅନ୍ୟାନ୍ୟ ସହାୟତା ଯୋଗ୍ୟ ବର୍ଗମାନଙ୍କୁ ସାମିଲ କରାଯିବା ପ୍ରସ୍ତାବ ଉପରେ ନୀତିଗତ ନିଷ୍ପତ୍ତି ନିଆଯାଉଛି ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଡ଼ା.ମହମ୍ମଦ ଅଲ୍ଲୀ, ଅତିରିକ୍ତ ଜିଲ୍ଲା ଚକିତ୍ସାଧିକାରୀ, ଡ଼ା.ନେତ୍ରାନନ୍ଦ ଶତପଥୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ