ଗଜପତି ବିଜେଡିର ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୨୦ଜଣ ସ୍ୱେଚ୍ଛାକୃତ ରକ୍ତଦାନ କଲେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଭୟଙ୍କର କରୋନା ସଂକ୍ରମଣରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧରେ ଗଜପତି ବିଜୁ ଜନତାଦଳ ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାର ରକ୍ତଭଣ୍ଡାର ଠାରେ ଏହି ଶିବିର ଆୟୋଜିତ ହୋଇଥିଲା । ସରକାରୀ ନିୟମ ଅନୁଯାୟୀ ସାମାଜିକ ଦୁରତାକୁ ପ୍ରାଧାନ୍ୟ ଦେଇ ରକ୍ତଦାନ କରାଯାଇଥିଲା । ଏଥିରେ ୨୦ଜଣ ବିଜେଡିର ସ୍ୱେଚ୍ଛାକୃତ କର୍ମୀ ୨୦ ୟୁନିଟ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରିଣୀ ଡ.ଗୁନୁରାଣୀ ପଟ୍ଟନାୟକ ଯୋଗଦାନ କର୍ମୀମାନଙ୍କୁ ଉତ୍ସାହିତ କରିଥିଲା । ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରରେ ବରିଷ୍ଠ ନେତା ବସନ୍ତ ଦାଶ,ଅନ୍ତର୍ଯ୍ୟମୀ ଗମାଙ୍ଗ,ପାରଳା ନଗର ବିଜେଡି ସଭାପତି ସୁର୍ଯ୍ୟନାରାୟଣ ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।


