ଗଜପତି ବିଜେଡି ଜିଲ୍ଲା ଯୁବ ସଭାପତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ୪ଶହ ଟଙ୍କା ପ୍ରଦାନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବିଜୁ ଜନତାଦଳର ଯୁବ ସଭାପତି ଏସ୍‌.ଲିଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ହଜାର ୪ଶହ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଯୁବନେତା ତଥା ଯୁବ ସମାଜସେବୀ ଏସ୍‌.ଲିଙ୍ଗରାଜ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଂଜନ ଭଂଜଦେଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ୫୦ହଜାର ୪୦୦ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଯୁବ ସମାଜସେବୀ ଏସ୍‌.ଲିଙ୍ଗରାଜ କହିଛନ୍ତି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଆକ୍ରାନ୍ତଙ୍କ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି।ସମସ୍ତ ଆକ୍ରାନ୍ତକୁ ମାଗଣାରେ ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ।ମହତ୍ ଲୋକସେବାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ବିନିଯୋଗ ହେଉଛି ।ଏଭଳି ଜନ କଲ୍ୟାଣ କାର୍ଯ୍ୟରେ ମୁଁ କିଛି ମାତ୍ରାରେ ନିଜକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଚେକ୍ ପ୍ରଦାନ କରିଛି । ଯୁବ ସମାଜସେବୀ ଏସ୍‌.ଲିଙ୍ଗରାଜ ବିଭିନ୍ନ ସମୟରେ ଲୋକଙ୍କ ସୁଖଦୁଃଖରେ ନିଜକୁ ସାମିଲ କରି ଆସିଛନ୍ତି।ବର୍ତ୍ତମାନ କରୋନାରେ ଲୋକେ ଆତଙ୍କିତ ହୋଇ ଥିବା ବେଳେ ଲିଙ୍ଗରାଜ ଲୋକଙ୍କୁ ସଚେତନ କରୁଥିବା ସହ ଅସହାୟ ଗରିବ ଲୋକଙ୍କୁ ସାହାର୍ଯ୍ୟ ସହେଯାଗ ପ୍ରଦାନ କରୁଛନ୍ତି। ତାଙ୍କରି ଏଭଳି ସେବା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଉଦାହରଣ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ