ଗଜପତି ଭାଜପା ଦ୍ୱାରା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ଜିଲ୍ଲା ବାଜପା କାର୍ଯ୍ୟାଳୟ ଠାରେ ଡକ୍ଟର.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୭ତମ ଶ୍ରାଦ୍ଧ ଦିବସକୁ ବଳିଦାନ ଦିବସ ଭାବେ ପାଲନ କରାଯାଇଛି । ଗଜପତି ଭାଜପା ସଭାପତି କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଡକ୍ଟର ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କାରାଯାଇଥିଲା । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରାଯିବା ସହ ସେ କିପରି ଭାରତୀୟ ଜନସଂଘ ପ୍ରଥମେ ଗଠନ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ଯାହାକି ପରେ ଭାରତୀୟ ଜନତା ଦଳକୁ ସୃଷ୍ଟି କରିଥିଲା ସେ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାପରିଷଦ ଆଧ୍ୟକ୍ଷା ପି.ଲତା, ପୂର୍ବତନ ନଗରପାଳ ପି.କ୍ରିଷ୍ଣା, ବରିଷ୍ଠ ନେତା ସିଦ୍ଧେଶ୍ୱର ମିଶ୍ର, ଜମାଦାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ