ଗଜପତି ସିଡିଏମଓଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପତିଗୋବିନ୍ଦପୁର ଠାରେ ଏକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡଃ.ପ୍ରଦୀପ କୁମାର ପାତ୍ର ଉଦ୍ଘାଟନ କରିଛନ୍ତି । ଏ ନେଇ ଡଃ.ପାତ୍ର କହିଛନ୍ତି, ଗର୍ଭବତୀ ମହିଳ,ଶିଶୁଙ୍କ ସୁରକ୍ଷା ଓ ଯତ୍ନ ପାଇଁ କାର୍ଡ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ନିର୍ମିତ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଆଜି ଉଦଘାଟନ କରାଯାଇଛି । ଏହି କେନ୍ଦ୍ରର ସୁପରିଚାଳନା ସହ ଗର୍ଭବତୀ ମହିଳା, ଶିଶୁଙ୍କ ସୁରକ୍ଷା ଓ ଯତ୍ନ ପାଇଁ ସମସ୍ତ ସହେଯାଗ ରାଜ୍ୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଯୋଗାଇ ଦିଆଯିବ । ଆଜିର ଏହି ଉଦଘାଟନୀ ସମାବେଶରେ ମୋହନା ମେଡିକାଲ ଅଫିସର ନମିତା ପଣ୍ଡା,କାର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୁଖ୍ୟ ସୁରେଶ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।