ଗଜଲକ୍ଷ୍ମୀ ପୂଜା ନିମନ୍ତେ ସମନ୍ୱୟ କମିଟି ବୈଠକ ଓ ଲଟେରୀ ଉଠାଣ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଗଜଲକ୍ଷ୍ମୀ ପୂଜା ନିମନ୍ତେ ସମନ୍ୱୟ କମିଟି ବୈଠକ ଓ ଲଟେରୀ ଉଠାଣ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ତଥା ଜିଲ୍ଲାପାଳ ସମର୍ଥବର୍ମାଙ୍କ ଅଧ୍ୟକ୍ଷତାରେ ରବିବାର ଅପରାହ୍ନରେ ସ୍ଥାନୀୟ ପୈାରସଂସ୍ଥା ଟାଉନ ହଲ୍ ପରିସରରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାଗାରିନ୍ ମହାନ୍ତି , କେନ୍ଦ୍ରାପଡା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଆସନ୍ତା ଅକ୍ଟୋବର ୧୩ ତାରିଖରୁ ସହରରେ ଆରମ୍ଭ ହେଉଥିବା ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୯ରେ ବିସର୍ଜନ ଓ ପୂର୍ଣ୍ଣାହୂତି ପରେ ୨୦/୨୧ ଦୁଇଦିନ ଧରି ମେଲଣ ଓ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ । ଭଷାଣୀକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ନିମନ୍ତେ ୪୬ ଗୋଟି ମେଢର କର୍ମକର୍ତ୍ତା ଓ ସମନ୍ୱୟ କମିଟି ସଭାପତି ,ସମ୍ପାଦକଙ୍କ ଦ୍ୱାରା ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ସହରରେ ପୂଜା ସମୟରେ ପ୍ଲାଷ୍ଟିକ୍ ଏବଂ ପଲଥିନ୍ ବ୍ୟବହାରକୁ ବନ୍ଦ କରିବା ସହିତ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ଗାଇଡ୍ଲାଇନ୍ ଅନୁସାରେ ସମସ୍ତ ସାଉଣ୍ଡ ୬୫ଡେସିବଲ୍ ମଧ୍ୟରେ ବଜାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସହରକୁ ସଫାସୁତୁରା, ପରିଚ୍ଛନ୍ନ ରଖାଯିବା,ଡ୍ରେନ୍ ସଫା, ରାସ୍ତାଘାଟ ମରାମତି କରାଇବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ନୂଆ ବସ୍ଷ୍ଟାଣ୍ଡ ଆଡକୁ ଯିବାକୁ ଥିବା ୨୫ ଗୋଟି ଏବଂ ପୁରୁଣା ବସ୍ଷ୍ଟାଣ୍ଡରୁ ସାନ୍ତସାହି ଆଡକୁ ଯିବାକୁ ଥିବା ୨୧ ଗୋଟି ମେଢର ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି ଦିଲରଞ୍ଜନ ପଟ୍ଟନାୟକ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସମ୍ବନୟ କମିଟି ସଭାପତି ରବିନ୍ଦ୍ରନାଥ ମହାପାତ୍ରଙ୍କ ସମେତ ସବୁ ପୂଜା କମିଟିର କର୍ମକର୍ତ୍ତା ଓ ସଭ୍ୟସଭ୍ୟାମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ