ଗଞ୍ଜମ ବ୍ଳକ ଓ ଏନଏସି ଅଞ୍ଚଳରେ କରୋନା ଯୋଦ୍ଧାଙ୍କୁ ସମ୍ମାନ
ଗଞ୍ଜମ, (ଓ୍ବାଇଏନ୍ଏସ୍):ଗଞ୍ଜମ ବ୍ଳକ ଓ ଏନଏସି ଅଞ୍ଚଳରେ କରୋନା ଯୋଦ୍ଧାଙ୍କୁ ସଂମ୍ମାନ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ବାନ ରେ ଆଜି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଏନଏସି ପକ୍ଷରୁ ରାସ୍ତର ଦୁଇ ପାର୍ଶ୍ଵରେ ଲୋକମାନେ ସମଦୁରତା ରେ ଠିଆ ହୋଇ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୂକଲ୍ୟାଣ ଦାସ, ନୋଡ଼ାଲ ଅଫିସର ଅନିତାଅଂଶୁମାଳି ସାହୁ ଙ୍କ ସମେତ କର୍ମଚାରୀ ,ମହିଳା ସଙ୍ଘ, ଅଙ୍ଗନବାଡ଼ି, ବରିଷ୍ଠ ନାଗରିକ , ବିଦ୍ୟର୍ଥୀ ମାନେ ଯୋଗଦେଇଥିଲେ । ଭାରତୀବିଦ୍ୟା ପୀଠ ପରିସରେ ସଂଘରୋଧ କେନ୍ଦ୍ର ରେ ଥିବା ପ୍ରାବସି ମାନେ ସହ ପ୍ରଧାନ ଶିକ୍ଷକ କବିରାଜ ଦାସ, ବିଇଓ ସୁବାସ ଚନ୍ଦ୍ର ଘଡେଇ, ଏବିଇଓ ବେହେରା ପ୍ରମୁଖ ଉପସ୍ଥିତ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜମ ବ୍ଳକ ପରିସରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ସହକାରୀ ନିର୍ବାହି ଯନ୍ତି ପର୍ଶୁରାମ ସେଠି , ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଘୁନାଥ ସାହୁ, ବିଜେଡି ନେତା ରଙ୍କନିଧି ସାହୁ, ଶିକ୍ଷକ ରାଜା ରେଡି ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଗଞ୍ଜାମ ତହସିଲ କାର୍ଯ୍ୟାଳୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ତହସିଲଦାର ଅବନୀ କୁମାର ସାହୁ ଯୋଗଦେଇ ବିଭିନ୍ନ ବିଭଗର କରୋନା ଯୋଦ୍ଧା ଙ୍କୁ ସଂମ୍ମାନିତ କରିଥିଲେ । ଏଥିରେ ତହସିଲ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ଗଞ୍ଜାମ ଥାନା ପକ୍ଷରୁ ଐତିହାସିକ ପୋତାଗଡ଼ ପରିସରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଇଆଇସି ଦିଲ୍ଳୀପ କୁମାର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ପରିଷଦର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡା, ସାନବଜାର ବଣିକ ସଂଘ ସଭାପତି ସନ୍ତୋଷ ଦାସ ପ୍ରମୁଖ ଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଯୋଗ ଦେଇଥିଲେ । ପରେ ତ୍ରିବେଣି ମଠ ଯୁବସଙ୍ଘ ଏବଂ ସାନବଜାର ଠାରେ ଆଇଆଇସି ସାହୁ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ସେହିପରି ପାଞ୍ଚନମ୍ବର ୱାଡ଼ ର ବଡବଜାର ହରିଜନ ସାହି ଅଙ୍ଗନାବାଡ଼ି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନାବାଡ଼ି ଦିଦି ବବିତା ପଣ୍ଡା ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମରେ ଏନଏସି କୋଭିଡି ନୋଡ଼ାଲ ଅଫିସର ଅନିତାଅଂଶୁମାଳି ସାହୁ, ବିଶିଷ୍ଟ କଣ୍ଠଶିଳ୍ପୀ ଗୀତାଞ୍ଜଳି ସ୍ବାଇଁ ଙ୍କ ସମେତ ବିଦ୍ୟର୍ଥୀ, ମହିଳା ସଙ୍ଘ ସଦସ୍ୟ ଯୋଗ ଦେଇଥିଲେ ।ସେହିପରି କାଇଞ୍ଚପୁର ପଞ୍ଚାୟତରେ ପଞ୍ଚାୟତର କାର୍ଯ୍ୟାଳୟ ରେ ସରପଞ୍ଚ ସନ୍ତୋଷ ରେଡି ଙ୍କ ତତ୍ୱାବାଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଙ୍ଗନବାଡ଼ି, ଆଶା, ମହିଳା ସଂଘ ସଦସ୍ୟ ଯୋଗଦେଇଥିଲେ