ଗଞ୍ଜାମରେ କରୋନା ଗ୍ରାଫ ତଳକୁ ଖସୁଛି କିନ୍ତୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗତକିଛି ଦିନ ହେଲା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କମିବାରେ ଲାଗିଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ଜିଲ୍ଲାରେ ସଂକ୍ରମଣ ଗ୍ରାଫ ତଳକୁ ଖସୁଛି । ତେବେ ଜିଲ୍ଲାରେ ଯେପରି କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିବ ସେଥିଲାଗି ସରକାର ଓ ସ୍ଥାନୀୟ ପ୍ରଶାସନ କିଛି ପଦକ୍ଷେପ ନେଇଛନ୍ତି ।  ଏହି ପ୍ରରିପେକ୍ଷୀରେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍‌ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।ଜିଲ୍ଲାପାଳଙ୍କ ଟ୍ୱିଟ୍‌ ଅନୁସାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସେ ଜିଲ୍ଲାବାସୀଙ୍କୁ ଆଉ ଥରେ ଅପିଲ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେହିପରି ଅଟୋ ,ବସ୍  କିମ୍ବା ଅନ୍ୟ କୌଣସି ଯାନବାହାନରେ ଯାତ୍ରୀ କରୁଥିବା ବେଳେ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି  । ଯଦି କୌଣସି ଯାତ୍ରୀ ଏହାର ଖିଲାପୀ କରିବେ , ତେବେ ସଂପୃକ୍ତ ଯାନର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ