ଗଞ୍ଜାମରେ ଗୋଟିଏ ଦିନରେ ତିନି ଅଧିକାରୀଙ୍କ ଦାଇତ୍ୱ ଗ୍ରହଣ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମରେ ଗୋଟିଏ ଦିନରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡ଼ିଓ ଓ ଆଇଆଇସି ତିନି ଜଣ ଅଧିକାରୀ ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି। ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଅଭିନାଶ ମିଶ୍ର ଦାଇତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କୋରାପୁଟ ଜିଲ୍ଲାରେ ଡେପୁଟି କଲେକ୍ଟର ରୂପେ କାର୍ଯ୍ୟରତ ଥିଲେ। ଏଠାରେ ପୂର୍ବରୁ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ କାର୍ଯ୍ୟନିର୍ବାହୀ ଅଧିକାରୀ ଦାଇତ୍ୱ ରେ ଥିଲେ। ସେହିପରି ଗଞ୍ଜାମ ବିଡ଼ିଓ ରୂପେ ଜସ୍ମୀନ ପ୍ରଧାନ ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଛତ୍ରପୁର ତହସିଲ ରେ ଅତିରିକ୍ତ ତହସିଲଦାର ରୂପ କାର୍ଯ୍ୟରତ ଥିଲେ।ପୁର୍ବରୁ ଥିବା ବିଡ଼ିଓ ବିଶ୍ୱଜିତ ରାୟଙ୍କୁ ରଙ୍ଗେଇଲୁଣ୍ଡା ବ୍ଳକକୁ ବଦଳି ହୋଇଛି। ସେହିପରି ଗଞ୍ଜାମ ଥାନାର ଆଇଆଇସି ରୂପେ ସନ୍ତୋଷ କୁମାର ବେହେରା ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଛତ୍ରପୁର ସ୍ଥିତ ପୋଲିସ ମୁଖ୍ୟକାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ପୂର୍ବରୁ ଥିବା ଆଇଆଇସି ସୁଦୀପ୍ତ କୁମାର ସାହୁଙ୍କୁ ଚମାଖଣ୍ଡି ଥାନାକୁ ବଦଳି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ