ଗଞ୍ଜାମ ବ୍ଲକ ଗ୍ରସ୍ତରେ ଛତିଶଗଡ଼ ରାଜ୍ୟର ୩୦ଜଣିଆ ସିଡିପିଓ ଟିମ

ଗଞ୍ଜାମ, (ବିନୋଦ ପଲାଇ):ଛତିଶଗଡ଼ ରାଜ୍ୟର ୩୦ଜଣିଆ ସିଡିପିଓ ଟିମ ଗଞ୍ଜାମ ବ୍ଲକ ଗ୍ରସ୍ତରେ ଆସି ମହିଳା ଶିଶୁ ବିକାଶ ବିଭାଗ ର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି। ଏହି ବ୍ଲକ ଅନ୍ତର୍ଗତ ହୁମା ଗ୍ରାମ ସ୍ଥିତ ଅଙ୍ଗନବାଡ଼ି କେନ୍ଦରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମମତା, ନିର୍ଭୟା କଢ଼ି, ଆଦମିକା, ମୋ ଗେଲ୍ହା ଝିଅ, ପ୍ରାକ ସ୍କୁଲ, ଏସଏନପି ପ୍ରମୁଖ ଦେଖିବା ସହ ପଚାରି ବୁଝିଥିଲେ। ଏହି ଗ୍ରସ୍ତ ସମୟରେ ମହିଳା ଶିଶୁ ବିକାଶ ବିଭାଗ ସଚିବ ରବୀନ୍ଦ୍ର ବେହେରା, ଚିନ୍ମୟିରଥ, ସନାଲି ସିହ୍ନା, ମଧୁମିତା,ଗଂଜାମ ବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ, ସମିତିସଭ୍ୟ ଧ୍ରୁବ ଚରଣ ପଲେଇ, ସରପଞ୍ଚ ଜାନକୀ ଦାସ,DSWO ଶୁଭଶ୍ରୀ ପାତ୍ର, ADSWO ସାଧନା ଚନ୍ଦ୍ର ଦାଶ, DPC ଦେଵବ୍ରତ ମହାନ୍ତି, ବିଇଓ ଭାଗିରଥି ବେହେର ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସିଡିପିଓ ସଲିଳା ପ୍ରଧାନ ସଂଯୋଜନା କରିଥିଲେ। ସମସ୍ତ ସୁପ୍ରଭାଇଜାର, ଅଙ୍ଗନାବାଡିକର୍ମୀ, କିଶୋର ବାଳକ ବାଳିକା,କୂଳ ଲିଡ଼ର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ