ଗଞ୍ଜାମର ନଗଡ଼ା ଭାବେ ପରିଚିତ ଧୋବାଲିଙ୍ଗି ଗ୍ରାମରେ ନିର୍ମାଣ ହେବ ରାସ୍ତା

ଚିକିଟି, (ପୁଷ୍ପାଞ୍ଜଳି ମିଶ୍ର): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ବୁରାତାଲ ପଞ୍ଚାୟତର ଦୁର୍ଗମ ଧୋବାଲିଙ୍ଗି ଗ୍ରାମର ଲୋକମାନେ ଜଙ୍ଗଲ ଜାତ ଜିନିଷ ଖାଦ୍ୟ ରୂପେ ଗ୍ରହଣ କରୁଥିବା ବେଳେ ୨୦୧୭ରେ ଗ୍ରାମରେ ପିଲା ମାନେ ଅପପୃଷ୍ଟି ର ଶିକାର ହୋଇ ନଗଡାର ପ୍ରତିଛବି ସାମନାକୁ ଆସିଥିଲ। ସେସମ୍ପର୍କରେରେ ଖବର ବାହାରିବା ପରେ ଗ୍ରାମକୁ ବିଭିନ୍ନ ବିଭାଗ ଅଧିକାରୀଙ୍କ ସୁଅ ଛୁଟିଥିଲା। ଗ୍ରାମରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ତୁରନ୍ତ ପହଞ୍ଚି ଅପପୃଷ୍ଟି ର ଶିକାର ହୋଇଥିବା ଶିଶୁ ଙ୍କୁ ଉଦ୍ଧାର କରି ବ୍ରହ୍ମପୁର ପୃଷ୍ଟି ବାଧିତ କେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ।ଏପରିକି ଆଖ ପାଖ ଗ୍ରାମର ଅପପୃଷି ର ଶିକାର ହୋଇ ଥିବା ଶିଶୁ ସହିତ ଜ୍ବର ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ ପାହାଡ଼ ତଳକୁ ଆଣି ଚିକିତ୍ସା କରା ଯାଇଥିଲା। ଏହି ଗ୍ରାମଟି ପାହାଡ ଉପରେ ଥିବା ବେଳେ ଲୋକ ମାନେ ଯାବତୀୟ କାର୍ଯ୍ୟ ପାଇଁ ଜଙ୍ଗଲ ପଥରେ ପାର ହେବାକୁ ପଡୁଥିଲା । ପିଲାଙ୍କ ଅଙ୍ଗନବାଡ଼ି କେନ୍ଦ୍ରର ଦୂରତା ସହିତ ପାଣି ଶିକ୍ଷା ସ୍ଵାସ୍ଥ୍ୟ ଜଙ୍ଗଲି ଜିନିଷ ପତ୍ର ବିକ୍ରି ପାଇଁ ଥିବା ସମସ୍ୟା ଦୂର କରିବା ପାଇଁ ଅଧିକାରୀ ମାନେ ଜାଣିବା ପରେ ସମସ୍ତ ମୌଳିକ ସୁବିଧା ଯୋଗାଇବା ସ୍ଥିର ହୋଇ ଥିଲା। ତେବେ ଏ ମଧ୍ୟରେ ସାତ ବର୍ଷ ବିତି ଯାଇଥିବା ବେଳେ କେତେକ ସମସ୍ୟା ସମାଧାନ ହୋଇ ଥିବା ବେଳେ ରାସ୍ତା ନଥିବା ବେଳେ ଗର୍ଭବତୀ ରୋଗୀ ଙ୍କୁ ଡାକ୍ତର ଖାନା ନେବା ବଜାର ସଉଦା ପଡ଼ି କାର୍ଡ ରେ ଜିନିଷ ସଂଗ୍ରହ ସହିତ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରାୟ ପନ୍ଦର କିଲୋମିଟର ଦୂର ଜଙ୍ଗଲ ପଥରେ ଯିବାକୁ ପଡୁ ଥିଲା। ବର୍ତ୍ତମାନର ସରକାର ଗ୍ରାମକୁ ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏବେ ରାସ୍ତା ନିର୍ମାଣ କରିବାକୁ ଚାରି କୋଟି ଟଙ୍କା ବ୍ୟୟ ଅଟକଳରେ ପକ୍କା ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଇ ଛନ୍ତି। ଏବେ ଗ୍ରାମକୁ ଆଙ୍କୁଲି ଠାରୁ ପ୍ରାୟ ସାତ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଚାରି କୋଟି ଟଙ୍କାର ଟେଣ୍ଡର ହୋଇ କାର୍ଯ୍ୟ କରିବା ପାଇଁ ଜିପିଆରଏସ ସର୍ଭେ ଆରମ୍ଭ କାରା ଯାଇଛି। ଏହି ରାସ୍ତାଟି ନିର୍ମାଣ ହେଲେ ବୁରସାହି କୁରୁଗୁଡ ବାଦୁଆ ଧୋବାଲିଙ୍ଗି ପ୍ରଭୁତି ଚାରିଗୋଟି ଆଦିବାସୀ ଗ୍ରାମକୁ ସଂଯୋଗ ହେବା ସହ ଲୋକମାନେ ଯାତାୟାତ ସୁବିଧା ପାଇ ପାରିବେ। ଆଙ୍କୁଲି ଗ୍ରାମକୁ ପାହାଡ଼ ତଳ ତାଡ଼କା ସାହି ଠାରୁ ପ୍ରାୟ ଅଣିଶି କିଲୋମିଟର ପକ୍କା ରାସ୍ତା ଚାରି ବର୍ଷ ତଳେ ନିର୍ମାଣ ହୋଇ ବସ ଚଳାଚଳ ହେଉଛି। ଏବେ ସେହି ରାସ୍ତାର ଆଙ୍କୁଲି ଠାରୁ ଧୋବାଲିଙ୍ଗି ରାସ୍ତା ନିର୍ମାଣ ପାଇଁ ଠିକାଦାର ସ୍ଥିର ହୋଇ ଥିବା ବେଳେ ଆଗାମୀ ଦିନରେ ରାସ୍ତା କାର୍ଯ୍ୟ ଆରମ୍ଭ ହେବ। ରାସ୍ତାର ଧୋବା ଲିଙ୍ଗି ଗ୍ରାମ ନିକଟରେ ପଡ଼ୁଥିବା ଡୁଙ୍ଗାନାଳ ଉପରେ ପୋଲ ନିର୍ମାଣ ହେବ। ଧୋବାଲିଙ୍ଗୀ ଗ୍ରାମଟି ସଂପୂର୍ଣ୍ଣ ପାହାଡ଼ ଉପରେ ରହିଥିବା ବେଳେ ଗ୍ରାମରେ କୋଡ଼ିଏ ଗୋଟି ଆଦିବାସୀ ପରିବାର ବସବାସ କରୁଛନ୍ତି।ଲୋକମାନେ ଜଙ୍ଗଲରୁ ପ୍ରକୃତିର ଦାନ ଫୁଲଝାଡୁ ଅଁଳା ହରିଡା ବାହାଡା ଟୋଲ ମହୁଲ ଭାଲିଆ କରଞ୍ଜ ତେନ୍ତୁଳି ସଗ୍ରହ କରି ପାହାଡ଼ ତଳ ହାଟକୁ ଜଙ୍ଗଲ ରାସ୍ତାରେ ଆସି ବିକ୍ରୀ କରିବା ସହ ଜମି ରେ ମାଣ୍ଡିଆ ଜନ୍ହ। କାଙ୍ଗୁ ବାଜରା ଅଳସି ରାଶି ବରଗୁଡ଼ି ଫସଲ ଅମଳ କରି ଜୀବିକା ନିର୍ବାହ କରୁଥିଲେ।ଗ୍ରାମର ପିଲାଙ୍କ ପାଠ ପଢା ପାଇଁ ବାଦୁଆ ପ୍ରାୟ ତିନି କିଲୋମିଟର ଦୂର ରେ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ମିନି ଅଙ୍ଗନା ବାଡି କେନ୍ଦ୍ର ପ୍ରାୟ ଛଅ କିଲୋମିଟର କୁରୁଗୁଡ ଠାରେ ରହିଛି। ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପାହାଡ଼ ଉପରୁ କୂଅ ଖୋଲି ପ୍ରାକୃତିକ ଉପାୟରେ ପାଇପ ବିଛାଇ ଜଳ ଯୋଗାଣ ବ୍ୟବସ୍ଥା ରହିଥିବା ବେଳେ ଗ୍ରୀଷ୍ମ ଋତୁରେ ପାଣି ଯୋଗାଣ ବନ୍ଦ ହେବା ପରେ ଗ୍ରାମ ତଳ ପାର୍ଶ୍ଵ ଅନତି ଦୂରରେ ଥିବା କୂଅ ପାଣି ଲୋକମାନେ ବ୍ୟବହାର କରୁଛନ୍ତି। ରାସ୍ତା ନଥିବାରୁ ଗ୍ରାମର ଲୋକମାନେ ପଡ଼ିକାର୍ଡ ରେ ଜିନିଷ ଭତା ସଂଗ୍ରହ ପାଇଁ ପନ୍ଦର କିଲୋମିଟର ଦୂର ତଳ ବୁରାତାଲ ଜଙ୍ଗଲ ପଥରେ ଯିବାକୁ ପଡୁଛି। ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହେଲେ ଲୋକଙ୍କ ବିଭିନ୍ନ ଅସୁବିଧା ଦୂର ହୋଇ ପାରିବ । ଏହି ରାସ୍ତା ନିର୍ମାଣ ସହ ପଡ଼ିକାର୍ଡରେ ଜିନିଷ ଭତା ସହିତ ବିଭିନ୍ନ କାର୍ଯ୍ୟ ପାଇଁ ପଞ୍ଚାୟତକୁ ସଂଯୋଗ ପଥ ବାଦୁଆ ଦେଇ ତଳ ବୁରାତାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଲେ ଲୋକଙ୍କ ପଥ କଷ୍ଟ ଦୁଃଖ ଦୂର ହୋଇ ପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ