ଗଞ୍ଜାମ୍ ମହାବିଦ୍ୟାଳୟ ପରିସରରରେ ରାଜନୈତିକ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ମାନବିକ ଅଧିକାର ଦିବସ
ଗଂଜାମ, (ବିନୋଦ ପଲେଇ):ରାଜନୀତିବିଜ୍ଞାନ ମୁଖ୍ୟ ପ୍ରାଧ୍ୟପକ ପ୍ରଫେସର ଆମର ପ୍ରସାଦ ବିଶୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ,ମହାବିଦ୍ୟାଳୟର ଅଧକ୍ଷ ପ୍ରାଧ୍ୟାପକ ଡ଼. ପ୍ରବୀଣ କୁମାର ନନ୍ଦ ମୁଖ୍ୟଅତିଥି ରୂପେ ଯୋଗ ଦେଇ ମାନବିକ ଅଧିକାର ଦିବସର ତତ୍ପର୍ଯ୍ୟ ବିଷୟରେ ଆଲୋକପତ କରିଥିଲେ । ଆଈ ସି କ୍ଯୁ ସଂଯୋଜିକା ଡ଼. ସ୍ମରଣିକା ହୋତା ମାନବିକ ଅଧିକାର ର ସାମ୍ପ୍ରତିକ ସ୍ଥିତି ବିଷୟରେ ଉପସ୍ଥାପନା କରିଥିଲ ବେଳେ , ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଲଷ୍ମୀନାରାୟଣ ପଣ୍ଡା ଯୋଗଦେଇ ଅଧିକାର ଓ କର୍ତ୍ତବ୍ୟ ର ନିବିଡ଼ତା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅଧକ୍ଷ ଙ୍କ ଦ୍ୱାରା ମାନବିକ ଅଧିକାର ର ସୁରକ୍ଷା ଓ ପାଳନ ପାଇଁ ଶପଥ ନିଅଯାଇଥିଲl l ରାଜନୀତି ବିଭାଗର ଶେଷ ତୃତୀୟ ବର୍ଷ ବିଦ୍ୟାର୍ଥୀ ମାନେ ଉକ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ଏଥିରେ ମହାବିଦ୍ୟାଳୟ ର ଅଧ୍ୟାପକ, କର୍ମଚାରୀ ଓ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ l