ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତ ରେ ଜବତ ଗଞ୍ଜେଇ ପୋଡ଼ି ନଷ୍ଟ କରାଗଲା
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ଅନ୍ତର୍ଗତ ଅରଖ ପାଦା ରେ ଗଞ୍ଜେଇ ପୋଡ଼ି ନଷ୍ଟ କାରୀ କମିଟି ଉପସ୍ଥିତ ରେ ଜବତ ଗଞ୍ଜେଇ ପୋଡି ନଷ୍ଟ କଲା ଗଞ୍ଜାମ ପୋଲିସ |ଗଞ୍ଜାମ ଜିଲ୍ଲାର ତିନି ଗୋଟି ଥାନା ରେ ଦୀର୍ଘ ବର୍ଷ ହେଲା ଜବତ କରି ରଖା ଯାଇଥିବା ଗଞ୍ଜେଇ ହାଇକୋର୍ଟ ର ନିର୍ଦ୍ଧେଶ ପ୍ରକାରେ ପୋଡି ନଷ୍ଟ କରାଯାଇଛି। ଆଜି ବିଭିନ୍ନ ଥାନା ର ୧୮ ଟି ମାମଲାରେ ଜବତ ହୋଇଥିବା ପ୍ରାୟ ୧୫ କୁଇଣ୍ଟାଲ ୮୦ କେଜି ଗଂଜେଇକୁ ପୋଡି ନଷ୍ଟ କରାଯାଇଛି। ତିନୋଟି ଥାନା ଅଧିକାରୀ ଙ୍କୁ ଯଥା ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ ଙ୍କୁ ସେମାନଙ୍କ ଗଞ୍ଜେଇ ପୋଡ଼ି ନଷ୍ଟ ପାଇଁ ନିର୍ଦ୍ଦେଶ ଥିବା ଗଞ୍ଜେଇ ଧରି ଗଞ୍ଜାମ ଶେରଗଡ଼ ଥାନା ଅନ୍ତର୍ଗତ ଅରଖପଦା ସ୍ଥିତ ସରକାରୀ ସ୍ୱୀକୃତି ପ୍ରାପ୍ତ କାରଖାନା ପହଞ୍ଚି ଥିଲେ। ପରେ ଅବକାରୀ ଓ ପୋଲିସ ବିଭାଗ ର ପଦାଧିକାରୀ ଙ୍କ ଉପସ୍ଥିତ ରେ ଗଞ୍ଜେଇ ପୋଡି ନଷ୍ଟ କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସେଠାରେ ଉପସ୍ଥିତ ଥିବା ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ପ୍ରତିକ୍ରିୟା ରଖିଛନ୍ତି।


