୧୦ ଦଫା ଦାବିନେଇ ରାସ୍ତା ଅବରୋଧ କଲା ଡ୍ରାଇଭର ସଂଘ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଓଡିଶା ଡ୍ରାଇଭର ମହାସଂଘ ଦେଇଥିବା ଆନ୍ଦୋଳନାତ୍ମକ ଆହ୍ବାନରେ ଉଦବୋଧ ହୋଇ ଭଦ୍ରକ ଜିଲା ଆଖଣ୍ଡଳମଣି ଡ୍ରାଇଭର ସଂଘ, ଆରଡିର ସଦସ୍ୟ ମାନେ ମଠଡିହ ଛକରେ ଭଦ୍ରକ – ଆରଡି ରାଜ୍ୟ ରାଜପଥ ଓ ୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ସେମାନଙ୍କର ୧୦ ଦଫା ଦାବି ସରକାର ପୁରଣ ନକଲା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ସଭାପତି କରୁଣା କର ସାହୁ ଓ ସଂପାଦକ ଉମେଶ ଚନ୍ଦ୍ର ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ । ସଂଘର ବରିଷ୍ଠ ସଦସ୍ୟ ସୁଧାଂଶୁ ଶେଖର ପଡିହାରୀ, ଚୌଧୁରୀ ଭଞ୍ଜ, ତପନ ପଲାଇ, ମନ୍ମଥ ନାୟକ, ବାଇଧର ନାୟକ,ଚକ୍ରଧର ମହାଳିକ, ମାନସ ବାରିକ, ପଞ୍ଚାନନ ବେହେରା, ଦେବେନ୍ଦ୍ର ବେହୁରିଆ,ବଳରାମ ପଣ୍ଡାଙ୍କ ସମେତ ପ୍ରାୟ ୫୦ ଜଣ ସଦସ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ୍ଲ ଓ ରମେଶ ଚନ୍ଦ୍ର ରାଉତ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ