ଗଞ୍ଜାମ ଆରଟିଓ ପକ୍ଷରୁ ଯାଂଚ ବେଳେ ୯ଜଣ ମଦ୍ୟପ ଚାଳକ ଧରାପଡିଲେ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲାରେ ଦୈନିକ ସଡକ ଦୁର୍ଘଟଣାରେ ବହୁ ଲୋକ ମୃତ୍ୟୁବରଣ କରିଥାନ୍ତି । ବେଆଇନ ଭାବେ ଗାଡିଚାଳନ ସେମିତି ବିଭିନ୍ନ କାରଣ ରୁ ଏହି ସବୁ ଦୁର୍ଘଟଣା ହୋଇଥାଏ । କିପରି ଏହି ସଂଖ୍ୟା କମ ହେବ ସେନେଇ ଗଞ୍ଜାମ ଆରଟିଓ ଓ ପୁଲିସ ପକ୍ଷରୁ ଏବେ କଡାକଡି ଯାଂଚ କରାଯାଉଛି । ବିଶେଷକରି ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକ ଉପରେ କଡାକଡି ଯାଂଚ କରାଯାଉଛି । ଏନେଇ ମଙ୍ଗଳବାର ରାତ୍ରରେ ଗଞ୍ଜାମ ଆରଟିଓ ପକ୍ଷରୁ ଯାଂଚ ବେଳେ ୯ଜଣ ମଦ୍ୟପ ଚାଳକ ଧରାପଡିବା ସହ ସେମାନଙ୍କ ଉପରେ କେସ ମଧ୍ୟ କରାଯାଇଥିବା ଆରଟିଓ ମାନସ ରଞ୍ଜାନ ସାହୁ ସୂଚନା ଦେଇଛନ୍ତି । ସୂଚନା ଥାଉକି ଗଞ୍ଜାମ ଜିଲାରେ ୨୦୨୨ରେ ୮୩୧ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ୪୧୪ଜଣଙ୍କ ମୃତ୍ୟୁ ହୋଇଥିଲା ଯାହାକି ରାଜ୍ୟରେ ଗଞ୍ଜାମ ଜିଲା ସର୍ବାଧିକ ରହିଥିଲା ।


