ଗଞ୍ଜାମ ଏନଏସିର ପୁରୁଣା ଦୋକାନଗୃହ ଭଡା ବୃଦ୍ଧି

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସିର ପୁରୁଣା ମାର୍କେଟ କମ୍ପ୍ଲେକ୍ସ ଗୃହଭଡା ବୃଦ୍ଧିକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ କୁମାର ମିଶ୍ରଙ୍କୁ ଭେଟି ଆଲୋଚନା କରିବା ସହ ଭଡା କମାଇବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବଡ଼ବଜ଼ାର ବ୍ୟବସାୟୀ ସଂଘ। ଏନଏସି ସମ୍ମୁଖରେ ଥିବା ଏହି ଦୋକାନ ଗୃହ ଗୁଡିକର ଭଡା ସାତଶହଟଙ୍କାରୁ ପନ୍ଦରଶହ ଟଙ୍କା ବୃଦ୍ଧି କରିଛନ୍ତି ଏନଏସି କର୍ତ୍ତୃପକ୍ଷ। ଯାହାକୁ ନେଇ ବ୍ୟବସାୟୀ ମାନେ ଏହାକୁ ହଟାତ ଆଶାତୀତ ଭାବେ ବୃଦ୍ଧିନକରି ସରକାରଙ୍କ ନିୟମ ଅନୁସାରେ ବୃଦ୍ଧିକରିବା ପାଇଁ ଅନୁରୋଧ କରିଥିଲେ। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ମିଶ୍ର ଅଶାନ୍ତ କାଉନସିଲର ବୈଠକରେ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ। ଏହି ଆଲୋଚନା ସମୟରେ ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ, ବ୍ୟବସାୟୀ ସଙ୍ଘ ସଭାପତି ଗୌରୀଶଙ୍କର ବାରିକ, ସମ୍ପାଦକ କାହ୍ନୁ ଚରଣ ପଣ୍ଡାଙ୍କ ସମେତ ଅନ୍ୟ ବ୍ୟବସାୟି ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ