ଗଞ୍ଜାମ ଏନଏସି ଘରକୁ ଘର ବୁଲି ଭତ୍ତା ବାଣ୍ଟିଲେ ଅଧ୍ୟକ୍ଷ
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ଏନଏସି ର ୧୨ ଟି ୱାଡ଼ରେ ଘରକୁ ଘର ବୁଲି ଭତ୍ତା ବାଣ୍ଟିଛନ୍ତି ଗଞ୍ଜାମ ଏନଏସି ଅଧ୍ୟକ୍ଷ ପ୍ରତିଭାପାଢ଼ୀ । ଯାହାକୁ ନେଇ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଇଛି । ଆଜି ବିଭିନ୍ନ ୱାଡର ୩୫ଟି ବାର୍ଦ୍ଧକ୍ୟ, ବିଧବା ଓ ଅକର୍ମଣ୍ୟ ଭତ୍ତା ବାଣ୍ଟିଛନ୍ତି ଅଧ୍ୟକ୍ଷ ପାଢୀ । ଏଗାର ଓ ବାର ନମ୍ବର ୱାଡ଼ରେ ଭତ୍ତା ବଣ୍ଟନ ସମୟରେ ସ୍ଥାନୀୟ କାଉନସିଲର ମୋହନ ରାଓ, ଚନ୍ଦ୍ର ଶେଖର ରେଡ୍ଡୀ ଉପସ୍ଥିତ ଥିବା ବେଳେ, ପୋଗ୍ରାମ ଆସିଷ୍ଟାଣ୍ଡ ପଦ୍ମ ଚରଣ ସାହୁ, ସିଓ-ସ୍ୱପ୍ନା ରାଣୀ ସାହୁ, ୱାଡ଼ ଅଫିସର ବିପିନି ବାରିକ, ଭସ୍କାର ବେହେରା, ପି. ଶଙ୍କର ରାଓ, ପ୍ରକାଶ ରାଓ ଉପସ୍ଥିତ ଥିଲେ । ବାର୍ଦ୍ଧକ୍ୟ ହେତୁ ଏନଏସି ଅଫିସ ଆସି ଭତ୍ତା ନେବା ସମୟରେ ନାହିଁନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ, ପ୍ରଥମ ଥର ପାଇଁ ଅଧ୍ୟକ୍ଷ ଓ କାଉନସିଲର ମାନେ ଘରକୁ ଯାଇ ଭତ୍ତା ବଣ୍ଟନ କରିଥିବା ଦେଖାଯାଇଛି ।