ପୂର୍ବତନ ସରପଞ୍ଚ ସନ୍ତୋଷ ରେଡ୍ଡୀଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକର ପ୍ରଧାନମନ୍ତ୍ରୀ ଓ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପ୍ରଶାସନ ଦ୍ୱାରା ପୁରସ୍କାର ପ୍ରାପ୍ତ କାଇଁଚପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ , ସକ୍ଷମ ର ଉପଦେଷ୍ଟା , ଯୁବସମାଜସେବୀ , ପରିବେଶବିତ ଜି.ସନ୍ତୋଷରେଡ୍ଡୀଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରିଛନ୍ତି ଓଡିଶା ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗ। ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ ସଭାକକ୍ଷ ଠାରେ ଜିଲ୍ଲାସ୍ତରୀୟ ପରିବେଶ ଦିବସରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ବ୍ରହ୍ମପୁର ବନଖଣ୍ଡଅଧିକାରୀ ଅମ୍ଳାନ ନାୟକ, ଅତିରିକ୍ତ ଜିଲ୍ଲଶିକ୍ଷାଅଧିକାରୀ ପବିତ୍ର ମୋହନ ସାହୁ ଯୋଗ ଦେଇ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ନେଇ କାର୍ଯ୍ୟକରିବା ସହ ଲୋକଙ୍କୁ ସଚେତନତା କରାଇଥିବା ନେଇ ସନ୍ତୋଷଙ୍କୁ ମାନପତ୍ର ଓ ଦଶ ହଜାର ଟଙ୍କା ଚେକ ଦେଇ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରିଥିଲେ। ସେହିପରି ସେ ସରପଞ୍ଚ ଥିବା ସମୟରେ ବିଭିନ୍ନ ଉନ୍ନୟନ କାମ କରି ଜାତୀୟ ପୁରସ୍କାର ପାଇଥିବାରୁ , ବନ ବିଭାଗ ତରଫରୁ ଫରେଷ୍ଟି ଆବାଡ଼ ପ୍ରଦାନ କରାଯିବା ସହ ପ୍ରୋସାହନ ରାଶି ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।ପ୍ରକୃତ ବନ୍ଧୁରୁ ମିଳିଥିବା ୧୦ ହଜାର ଟଙ୍କା ଗରିବ, ଅସହାୟଙ୍କୁ ପ୍ରଦାନ କରିବେ ବୋଲି ପୁର୍ବତନ ସରପଞ୍ଚ ରେଡ୍ଡୀ କହିଛନ୍ତି । ଏହି ସମ୍ମାନ ମିକିଥିବାରୁ ରେଡ୍ଡୀଞ୍ଜୁ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ