ଗଞ୍ଜାମ ଏନଏସି ତରଫରୁ ମାଗଣା ଖାଦ୍ୟ ବଣ୍ଟନ
ଗଞ୍ଜାମ:କରୋନା ସଂକ୍ରମଣ ରୋଗ କୁ ପ୍ରତିହିତ କରିବା ପାଇ ଲକଡାଉନ ଲାଗୁ ପରିପ୍ରେକ୍ଷୀରେ ସରକାର ଙ୍କ ତରଫରୁ ଅସହାୟ, ଗରିବ, ଭିକାରି, ନିରାଶ୍ରୟଲୋକଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଏନଏସି ତରଫରୁ ମାଗଣା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ ତତ୍ବାବଧନରେ କରୋନା ନୋଡ଼ାଲ ଅଫିସର (ସି.ଓ) ଅନିତା ଅଂଶୁମାଳି ସାହୁ, ଅଙ୍ଗନାବାଡ଼ି ଦିଦି ବବିତା ପଣ୍ଡା, ଏନଏସି କର୍ମଚାରୀ ଆନନ୍ଦ ବାରିକ, ହରିହରବିଶ୍ୱାଳ, ପ୍ରକାଶ ରାଓ ବିଭିନ୍ନ ସାହି ବୁଲି ଖାଦ୍ୟ ବଣ୍ଟନ କରିଥିଲେ ।ଏନଏସି ର ଏଏଲଏଫ ଗୃଫ ର ଜ୍ୟୋତିର୍ମୟୀ ଏସଏସଜି ଗୃଫ ଏହି ଖାଦ୍ୟ ରନ୍ଧା ଦାୟିତ୍ୱ ନେଇଛନ୍ତି


