ଗଞ୍ଜାମ ଏନଏସି ରେ ଧାନ ମଣ୍ଡି ଖୋଲିନି, ଚାଷୀ ହତାଶ

ଗଂଜାମ,(ଯୁଗାବ୍ଦ ନ୍ୟୁଜ୍‌):ଗଞ୍ଜାମ ଏନଏସି ରେ ଧାନ ମୁଣ୍ଡି ଖୋଲି ନଥିବାରୁ , ଚାଷୀ ମାନେ ହତାଶ ମାନେ, ହତାଶ ହୋଇପଡିଛନ୍ତି । ଯାହାଫଳରେ ସେମାନେ ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନେଇ ବିଧାୟକ ବେହେରା ସିଏସଓ ଙ୍କ ସହ କଥା ହେବ ବୋଲି କହିଛନ୍ତି । ଚାଷୀ ମାନେ ଦର୍ଶାଇଛନ୍ତି ଗଞ୍ଜମ ରେ ୨୫୦ ଚାଷୀ ଧାନ ବିକିବା ପାଇଁ ରେଜିଷ୍ଟେସନ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଧାନ ମୁଣ୍ଡି ଖୋଲାଯାଇପାରିନାହିଁ । କି କୌଣସି ମିଲ ରେ ବି ଟେଗ ହୋଇନି ଫଳରେ ଚାଷୀ ମାନେ ଧାନ ବିକିପାରୁନାହାନ୍ତି । ଘରେ ଧାନ ରଖିଲେ ମୂଷାର ଭୟ, ଓ ବାହାରେ ରଖିଲେ ବାରାହ ର ଭୟ ରହିଛି । ତେଣୁ ଧାନମୁଣ୍ଡି ତୁରନ୍ତ ଖୋଲିବାକୁ ଚାଷୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ