ଗଞ୍ଜାମ ଏସ.ପିଙ୍କ ବେଲଗୁଣ୍ଠା ପରିଦର୍ଶନ: ନୁଆ ଥାନା ଘୋଷଣା ପରେ ଏସ.ପିଙ୍କ ଗସ୍ତକୁ ବିଭିନ୍ନ ମହଲ ରେ ଚର୍ଚା 

ବେଲଗୁଣ୍ଠା ,(ଶିବରାମ ଚୌଧୁରୀ):ଗତକାଲି ରାଜ୍ୟ ସରକାର ୬ଟି ନୁଆ ଥାନା ଘୋଷଣା କରିଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ଆଉ ଏକ ଥାନା ହେବା ସ୍ଵଷ୍ଟ କରିଛନ୍ତି ।ବେଲଗୁଣ୍ଠା ଫାଣ୍ଡି ଭଞ୍ଜନଗର ଥାନା ଇଲାକା ରେ ଆସୁଥିବାରୁ ଏବଂ ଗଞ୍ଜାମ ଏସ.ପି ବ୍ରିଜେଶ କୁମାର ରାୟ ଅଚାନକ ବେଲଗୁଣ୍ଠା ଗସ୍ତ କରିଥିବାରୁ ତାଙ୍କ ଗସ୍ତକୁ ବିଭିନ୍ନ ମହଲା ରେ ଗୁରୁତ୍ଵ ଦିଆଯାଇଛି ।ବେଲଗୁଣ୍ଠା ଥାନା ହେବାକୁ ନେଇ ସହର ଏବଂ ଆଖପାଖ ଅଞ୍ଚଳ ରେ ଏ ନେଇ ଆଲୋଚନା ଜୋର ଧରିଛି ।ଆଜି ଦିନ ୨ ଘଣ୍ଟା ସମୟରେ ଏସ.ପି ଶ୍ରୀ ରାୟ ହଠାତ ବେଲଗୁଣ୍ଠା ଆସି ପହଞ୍ଚିଥିଲେ ।ତାଙ୍କ ସହ ସହ ଭଞ୍ଜନଗର ଏସ.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର ଆସି ବେଲଗୁଣ୍ଠା ସୁତୁମୁ ସାର ରୋଡ ରେ ବେଲଗୁଣ୍ଠା ଫାଣ୍ଡି ପାଇଁ ନିର୍ମାଣଧୀନ ଥିବା ନିଜସ୍ଵ କୋଠା ପରିଦର୍ଶନ କରିଥିଲେ ଏବଂ ଆଉ ଗୋଟିଏ ବଡ ସରକାରୀ ଜାଗା ନେଇ ଆଲୋଚନା କରିଥିଲେ ।ଗସ୍ତ ସମୟ ରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ