ଗଞ୍ଜାମ ଓ ରମ୍ଭା ଥାନା ପରିଦର୍ଶନ କଲେ ପୋଲିସି ମହାନିର୍ଦ୍ଦେଶକ
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ):କରୋନା ସଂକ୍ରମଣ କୁ ପ୍ରତିହିତ କରିବା ପାଇଁ ପୋଲିସି ପ୍ରଶାସନ ତରଫରୁ ନିଆଯାଇଥିବା ପଦକ୍ଷେପ କିପରି କାର୍ଯ୍ୟକାରୀ ହେଉଛି ତାହାକୁ ଅନୁଧ୍ୟାନ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ଅଭେୟ ଆଜି ଗଞ୍ଜାମ ଜିଲ୍ଲା ଗ୍ରସ୍ତ ଗଞ୍ଜାମ ଓ ରମ୍ଭା ଥାନା ପରିଦର୍ଶନ କରିଛନ୍ତି । ଏହି ସମୟରେ ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ , ରମ୍ଭା ଥାନା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀ ଙ୍କ ସହ ଆଲୋଚନା ବେଳ ଗ୍ରାମାଞ୍ଚଳ ଗୁଡିକରେ ଲକଡାଉନ କୁ ଅଧିକରୁ ଅଧିକ କ୍ରିୟାଶୀଳ କରିବା ଓ ପୋଲିସ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରେ ପୋଲିସଷ୍ଟେସନ ଗୁଡ଼ିକ ରେ ପରିଷ୍କାର,ପରିଛନ୍ନତା କିପରି ରହିଛି ବୁଲିବୁଲି ଦେଖିବା ସହ ନିଜେ ସଚେତନତା ରହିବାକୁ ପରାମର୍ଶ ଦେଇଥିଲେ । ଏହାପୂର୍ବରୁ ଜାତୀୟ ରାଜପଥ ଖଲ୍ଲିକୋଟ ନିକଟ ଗୁରାପଲୀ ଟୋଲଗେଟ କର୍ମଚାରୀ ଙ୍କ ସହ ଆଲୋଚନା କରିବା ସହ ପରେ ଖଲ୍ଲିକୋଟ ଥାନା ପରିଦର୍ଶନ କରିଥିଲେ ।ଏହିଗ୍ରସ୍ତ ସମୟରେ ଦକ୍ଷିଣଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଗଂଜାମ ଏସପି ବ୍ରିଜେଶ ରାୟ, ବ୍ରହ୍ମପୁର ଏସପି ପିନାକୀ ମିଶ୍ର, ଡିଏସପି ଉତ୍କଳ କେଶରୀ ଦାସ, ଅଜୟ ମିଶ୍ର, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।