ଗଞ୍ଜାମ କଳା ସାଂସୃତିକ ମଞ୍ଚ ପକ୍ଷରୁ “ବରଣୀ କନିଆ ବରଷା ରାଣୀ” ନାଟକ ମଞ୍ଚସ୍ଥ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ କଳା ସାଂସୃତିକ ମଞ୍ଚ ପକ୍ଷରୁ ସ୍ଥାନୀୟ ସହର ଭାରତୀ ବିଦ୍ୟା ପୀଠ ମିନି ଷ୍ଟାଡିୟମ ରେ ଆଇନଜୀବୀ ପଙ୍କଜ କୁମାର ବାରିକି ଙ୍କ ନିର୍ଦେଶନା ରେ “ବରଣୀ କନିଆ ବରଷା ରାଣୀ ” ନାଟକ ମଞ୍ଚସ୍ଥ ହୋଇଯାଇଛି l ଅନୁଷ୍ଠାନର ଦ୍ୱିତୀୟ ଅବଦାନ ଏହି ନାଟକ ର ଉଦଘାଟନି ସମାବେଶ ଉପଦେଷ୍ଟା ଉମାକାନ୍ତ ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଶୁଭ ଉଦଘାଟନ କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ସଭ୍ୟ ସନାତନ ବେହେରା, ଗଞ୍ଜାମ ଏନଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ଛତ୍ରପୁର ପ୍ରେସ କ୍ଳବ ସଭାପତି ପ୍ରଶାନ୍ତ ମହାରଣା, ପୂର୍ବତନ ଏନଏସି ଉପନଗରପାଳ ନୀଳାଞ୍ଚଳ ବାରିକି ପ୍ରମୁଖ ସହ ବିଭିନ୍ନ ୱାର୍ଡ କାଉନସିଲର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ lବିଜେଡି ନଗର ଛାତ୍ର ସଭାପତି ରାକେଶ କୁମାର ଦାସ, ଯୁବ ସଭାପତି ସୁଧିର କୁମାର ପାଢ଼ୀ,ମ୍ୟାନେଜର ଗୋବିନ୍ଦ ରେଡି,ଆଇନଜୀବୀ ଦିଲିପ କୁମାର ପଟନାୟକ,ଅନୁଷ୍ଠାନ ର ସଭାପତି ଶବର କୁମାର ତରାଇ, ଉପସଭାପତି ବିଦ୍ୟାଧର ସାହୁ,,ବିଜେଡି ନଗର ସଭାପତି ରଙ୍କନିଧି ପଲାଇ, ସମାଜସେବୀ ବି. ବନମାଳି, ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ତଥା ଦୁର୍ଗାଦେବୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ପାଦକ ଅକ୍ଷୟ ସ୍ୱାଇଁ ପ୍ରମୁଖ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ତତ୍ୱବାଧାନରେ ନାଟକ ପରିବେଷଣ ହୋଇଥିଲା l ନାଟ୍ୟ ନିର୍ଦ୍ଧେଶକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଗୀତା ସ୍ୱାଇଁ, ବିପ୍ର ଚରଣ ମହାରଥୀ,ଧର୍ମରାଜ ସ୍ୱାଇଁ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା l ଶବର, ପ୍ରଦୀପ ,ବିଦ୍ୟାଧର ,ସିଲୁ ,ବଳରାମ, ହରିହର, ଵିଷ୍ଟନୁ, କାର୍ତ୍ତିକ, ମନୁ, ରଞ୍ଜି, ଅରୁଣ ପ୍ରମୁଖ ଙ୍କ ନିଖୁଣ ଅଭିନୟ ଦର୍ଶକ ଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇଥିଲା lଅନୁଷ୍ଠାନ ର ଉପସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ ସହ ସମ୍ପାଦକ ନିରଞ୍ଜନ ପରିଡା, ଜୟକୃଷ୍ଣ ବାରିକି, ବିଭୁ ପ୍ରସାଦ, ପପୁନ, ପ୍ରିତମ, ସୁନା, ବିଭୁତି, ବିଜୟଲକ୍ଷ୍ମୀ, ରାକେଶ ପ୍ରମୁଖ ମଞ୍ଚସ୍ଥ ନାଟକ ସୁପରିଚାଳନାରେ ସହଯୋଗ କରିଥିଲେ l ମଞ୍ଚସ୍ଥ ନାଟକ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିଥିଲେ l


