ଗଞ୍ଜାମ – ଗଜପତି ସୀମାରେ ଯାଂଚ କଡ଼ାକଡ଼ି
ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ଜିଲ୍ଲାକୁ ଯୋଗା ଯୋଗ କରୁଥିବା ସୀମା ଗୁଡିକରେ ଆଗରୁ ସିଲ କରାଯାଇଥିଲା ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ କିନ୍ତୁ ବର୍ତମାନ ସୁରତରୁ ପ୍ରବାସୀ ଓଡିଆ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏହାକୁ ନଜରରେ ରଖି ଗଜପତି ଜିଲ୍ଲାପାଳ ଅନୁପମ ସାହା, ଏସପି ସାରା ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ଆଜି ରା.ଉଦୟଗିରି ଏସଡିପିଓ ଅଶୋକ ମହାନ୍ତି, ଏକଜ୍ୟୁକେଟିଭ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ, ବିଡିଓ ବଂଶିଧର ଖୋସଲା, ପୁଲିସ କର୍ମଚାରୀ ଉପସ୍ଥିତରେ ଆଜି ଗଞ୍ଜାମ ଗଜପତି ସୀମାଙ୍କୁ ସିଲ କରିବା ସହ କଡା କଡି ଯାଂଚ ପ୍ରକ୍ରିୟା କରାଯାଇଛି । ଏପରି ସ୍ଥଳେ ଗଞ୍ଜାମରୁ କୌଣସି ସରକାରୀ କର୍ମଚାରୀ ଗଜପତିକୁ ଆସି ପାରିବେ ନାହିଁ କିମ୍ବା ଗଜପତିରୁ କୌଣସି ସରକାରୀ କର୍ମଚାରୀ ଗଞ୍ଜାମକୁ ଯାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଧେଶ ଜାରି କରିଛନ୍ତି । ଅନ୍ୟପଟେ କୌଣସି କାମ ନଥାଇ ମଧ୍ୟ ଗୋଟିଏ ଗାଡିରେ ନିୟମକୁ ଉଲଂଘନ କରି ୪ ରୁ ୫ ଲେଖାଁଏ ଗଞ୍ଜମ ଜିଲ୍ଲାକୁ ଯିବା ଆସିବା କରନ୍ତି ତାହା ହେଲେ ସେମାନଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୨୧ ଦିନ କ୍ୱାରେଂଟାଇନ ଗୃହରେ ରକ୍ଷା ଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚାଇ ଦିଆଯାଇଛି ।


