ହଜାର ହଜାର ବାଉଁଶ ଖତ ଖାଉଛି, ଶ୍ରମିକଙ୍କୁ ମିଳୁନି ପାଉଣା

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକ ରାଜ୍ୟ ସରକାର କରୋନା ଯୋଗୁଁ ଲକଡାଉନ ଘୋଷଣା କରିଥିବା ବେଳେ ଓଡିଶାର ବିଭିନ୍ନ ଜାଗାରେ ଶ୍ରମିକମାନେ ଫସି ରହିଛନ୍ତି । ଏପରି ସ୍ଥଳେ କାମ କରୁଥିବା ଶ୍ରମିକ ମାନଙ୍କୁ ମଧ୍ୟ ଟଙ୍କା ପଇସା ମଧ୍ୟ ମାଲିକମାନେ ନଦେଇ ଚୁପଚାପ ରହିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଳକର ଖାରିଗୁଡା ପଂଚାୟତ ବନ୍ଦ୍ରିଗାଁରେ । ଗତ ୩ ମାସ ପୂର୍ବେ ବନ୍ଦ୍ରିଗାଁର ୩୫ ଜଣ ଓ ଜୟପୁରର ୩୮ ଜଣ ମିଳିତରେ ନଳାଘାଟ ବାଉଁଶ ଜଙ୍ଗଲ ବି ରେ ୪୬ ହଜାର ବାଉଁଶ କଟାଯାଇ ରାସ୍ତା କଡରେ ଗଦା କରିଥିଲେ । ଯାହାର କି ଗୋଟିଏ ବାଉଁଶ କାଟିବା ପିଛା ୧୬ ଟଙ୍କା ରଖାଯାଇଥିଲା । ବର୍ତମାନ ସୁଦ୍ଧା ଏହି ବାଉଁଶ କରପରେସନ ଡିପାର୍ଟମେଂଟ ବିକ୍ରି କରିବା ପାଇଁ ଯେଉଁ ସଂସ୍ଥା ସହ ଚୁକ୍ତିନାମା କରିଅଛି ସେହି ସଂସ୍ଥା ବାଉଁଶ ଟିକୁ ୩୫ ଟଙ୍କା ଲେଖାଁଏରେ କିଣି ଥାଏ କିନ୍ତୁ ବର୍ତମାନ ସୁଦ୍ଧା ଏହି ବାଉଁଶ ଗୁଡିକ ବାହାରକୁ ଯାଇପାରୁନାହିଁ କି ପରିଶ୍ରମ କରିଥିବା ଶ୍ରମିକଙ୍କୁ ମିଳୁନି ପାଉଣା । ଜୟପୁରରୁ ଆସିଥିବା ଶ୍ରମିକମାନଙ୍କୁ କିଛି ପାଉଣା ଦେଇ ବକେୟା ୩୮ ହଜାର ରହିଥିବା ବେଳେ ସେମାନଙ୍କୁ ବସ ଯୋଗେ ଲକଡାଉନ ସମୟରେ ପଠା ଯାଇଛି ନିଜ ଗ୍ରାମକୁ । କିନ୍ତୁ ଗ୍ରାମର ଶ୍ରମିକମାନଙ୍କୁ କୌଣସି ବି ପାଉଣା ନମିଳିଥିବା ଅଭିଯୋଗ କରିଛନ୍ତି ଶ୍ରମିକମାନେ, ଏପରିକି ପରିବାର ପେଟ ପୋଷିବା ପାଇଁ ବହୁ ଅସୁବିଧା ସମ୍ମୁଖୀନ କରୁଛନ୍ତି ଏହି ଶ୍ରମିକମାନେ । ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କରପରେସନ ଡିପାର୍ଟମେଂଟର ଉପରିସ୍ଥ ଅଧିକାରୀମାନେ କୌଣସି ପଦକ୍ଷେପ ନନେଇଥିବା ଯୋଗୁଁ ଶ୍ରମିକମାନଙ୍କ ଘରେ ଖାଇବା ପାଇଁ ଦାନା ମଧ୍ୟ ନଥିବା ଶ୍ରମିକଙ୍କ ପରିବାର କହିଚନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ